ଯୁବ ପ୍ରତିଭା ଚନ୍ଦନ ପଣ୍ଡାଙ୍କୁ କୋଣାର୍କ ଯୁବ ପ୍ରତିଭା ସମ୍ମାନ
ଯୁବ ପ୍ରତିଭା ଚନ୍ଦନ ପଣ୍ଡାଙ୍କୁ କୋଣାର୍କ ଯୁବ ପ୍ରତିଭା ସମ୍ମାନ
କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ , କୋଣାର୍କ ପୁରୀ ପକ୍ଷରୁ ସ୍ଥାନୀୟ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଆୟୋଜିତ ୬ଷ୍ଠ ରାଜ୍ୟ ସ୍ତରୀୟ ସାହିତ୍ଯ ଆସର ଓ ବାର୍ଷିକ ସାରସ୍ବତ ସମାରୋହ ରେ ହାଟଡିହୀ ବ୍ଲକ ଇଞ୍ଚୋଳ ଗ୍ରାମର ଯୁବ କବି , ପ୍ରକୃତି ବନ୍ଧୁ ଓ ସାମାଜିକ କର୍ମୀ ଚନ୍ଦନ ପଣ୍ଡାଙ୍କୁ କୋଣାର୍କ ନବ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି ।ସଂସଦର ସଭାପତି ପ୍ରଦୀପ୍ତ କୁମାର ଛାଟୋଇ ଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ତଥା ବରିଷ୍ଠ ରାଜନେତା ,ରାଜ୍ୟ ସରକାରଙ୍କ ଯୋଜନା ନିଗମ ର ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟବକ୍ତା ଭାବରେ ରାଜ୍ୟ ଯୁବ ଲେଖକ ସମ୍ମେଳନର ଅଧ୍ୟକ୍ଷ ତଥା ସୁଖ୍ୟାତ କବି ଶଙ୍କର୍ଷଣ ପରିଡା , ସମ୍ମାନିତ ଅତିଥି ଭାବେ କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ତୁଷାର ଜ୍ୟୋତି ରଞ୍ଜନ ଓ ସ୍ଵତନ୍ତ୍ର ଅତିଥି ଭାବେ କବି ତଥା ପ୍ରଶାସନିକ ଅଧିକାରୀ ଡ. ସଂଗ୍ରାମ ସାମନ୍ତରାୟ , ସଂପଦ ରଥ ଓ ଉମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଚନ୍ଦନ ପଣ୍ଡାଙ୍କୁ କୋଣାର୍କ ନବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ଯ ଶ୍ରୀମାନ ପଣ୍ଡା ଜଣେ ଯୁବ କବି ପରିବେଶବିତ୍ ଓ ସାମାଜିକ କର୍ମୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିବାବେଳେ ବନୀକରଣ, ବନାଗ୍ନି ପ୍ରଶମିତ କର୍ମଶାଳା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା , ଶିକ୍ଷା ,ସ୍ବାସ୍ଥ୍ୟ ଉପରେ ବିଭିନ୍ନ ସମୟରେ ଆଲୋଚନାଚକ୍ର ଓ କାର୍ଯ୍ୟକ୍ରମ ମାନ କରୁଛନ୍ତି ।ପ୍ରକୃତି , ପରିବେଶ ,ଜଙ୍ଗଲ, ଜୈବିକ କୃଷି , ବନ୍ୟପ୍ରାଣୀ ସୁରକ୍ଷା,ଗୋ-ସମ୍ପଦ ,ଜୈବ ବିବିଧତା ଉପରେ ବିଭିନ୍ନ ସମୟରେ କବିତା ଓ ସ୍ତମ୍ଭ ମାନ ଲେଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଅଧୁନା ଭୁବନେଶ୍ବରରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ଯାରତ ଅଛନ୍ତି ।ତାଙ୍କୁ ଏହି ସମ୍ମାନ ମିଳିବାପରେ ହାଟଡିହୀ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି ।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।