April 25, 2026
ajiro khabar
Share

 

 

୧-ତିନିଦିନିଆ ମତ୍ସ୍ୟ- ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୬ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ପଶୁ ପାଳନ ପରି ଲାଭଦାୟକ ବ୍ୟବସାୟ କରିବାକୁ ଦେଲେ ପରାମର୍ଶ।

 

୨-କମୁଛି ଶୀତ, ବଢ଼ୁଛି ତାପମାତ୍ରା; ୪ ଦିନ ହେଲା ଧିରେ ଧିରେ ବଢୁଛି ରାତି ପାରଦ।

 

୩-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ରାଜ୍ୟରେ ବନ୍ଦ ହେଲା ପାନ ମସଲା, ଗୁଟଖା, ଖଇନି।

 

୪-ମୋଟର ଯାନ ଆଇନରେ ବଡ଼ ସଂଶୋଧନ, ବର୍ଷକରେ ୫ଥର ନିୟମ ଭାଙ୍ଗିଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହେବ।

 

୫-ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା; ହଟିବ ଡିଜେଲ ଚାଳିତ ‘ଆମ ବସ୍‌’, ଏଣିକି ଗଡ଼ିବ କେବଳ ଇଭି ଗାଡ଼ି।

 

୬-ପଳାଶୁଣୀରେ ହାହାକାର: ରାସ୍ତା ମଝିରେ ଫାଟିଲା ନଳକୂଅ ଖୋଳା ମେସିନ୍‌ର ତେଲ ଟାଙ୍କି, ଖସଡ଼ା ରାସ୍ତା ପାଇଁ କିଲୋମିଟର କିଲୋମିଟର ଯାଏଁ ହେଲା ଟ୍ରାଫିକ୍ ଜାମ୍।

 

୭-ଭୁବନେଶ୍ୱର ୟୁନିଟ୍ ୯ରେ ଏ ବର୍ଷ ପୂଜା ପାଇବେ ୬୪ ଫୁଟ୍ ର ବାଗ୍ ଦେବୀ।

 

୮-ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ, ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି।

 

୯-ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲେ ନବୀନ; କହିଲେ ବିଶ୍ୱାସ କରି ଦେଇଥିଲି ଟିକେଟ୍ ହେଲେ,ପାଟକୁରା ବାସୀଙ୍କୁ ହଇରାଣ କଲେ।

 

୧୦-ନିର୍ଦ୍ଧାରିତ ସମୟରେ ପାନୀୟ ଜଳ ନ ପହଞ୍ଚିଲେ ଅଧିକାରୀଙ୍କ ଉପରେ ହେବ କଢ଼ା କାର୍ଯ୍ୟାନୁଷ୍ଠାନ: ପଞ୍ଚାୟତରାଜ ମନ୍ତ୍ରୀ।

 

୧୧-ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

 

୧୨-ରାଜଧାନୀରେ ଥମୁନି ଥାର ଆତଙ୍କ, ଚନ୍ଦକା ଥାନା ଅଞ୍ଚଳରେ ପୁଣି କାର୍ ସହ ମୁହାଁମୁହିଁ ଧକ୍କା।

 

୧୩-ସମସ୍ତଙ୍କୁ ଶିକ୍ଷା ବାର୍ତ୍ତା ନେଇ ଜାନୁଆରୀ ୨୫ରେ ସାରା ରାଜ୍ୟରେ ମିନି ମାରାଥନ୍, ଆର୍ଟ ଅଫ୍ ଗିଭିଂର ଅଂଶ ଭାବେ ହେବ ଆୟୋଜିତ।

 

୧୪-ବାସୁଦେବପୁର : ଚଳନ୍ତା ସ୍କୁଲଗାଡ଼ିରୁ ଖସି ଛାତ୍ର ଗୁରୁତର । ଗୁରୁତର ଛାତ୍ର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ।

 

୧୫-ରାଜଧାନୀରେ ପ୍ରେମ ପ୍ରତାରଣାରୁ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ବ୍ରହ୍ମପୁରରୁ ଅଭିଯୁକ୍ତ ଗିରଫ।

 

୧୬-ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ, ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ।

 

୧୭-ଅଭିଷେକ-ରିଙ୍କୁଙ୍କ ଜଲଓ୍ଵା, ନାଗପୁର ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୮ ରନରେ ହରାଇଲା ଭାରତ।

 

୧୮-ସୁନା ବଜାରରେ ନିଆଁ; ଇତିହାସରେ ପ୍ରଥମ ଥର ପାଇଁ ଦେଢ଼ ଲକ୍ଷ ଟପିଲା ସୁନା ଦର।

 

୧୯-ପ୍ରୟାଗରାଜରେ ପୋଖରୀରେ ପଡ଼ି ପ୍ରଶିକ୍ଷାର୍ଥୀ ବିମାନ ଦୁର୍ଘଟଣାଗ୍ରସ୍ତ।

 

୨୦-ନୂଆ ଦିଲ୍ଲୀ:ବିଜେପି ଅଧ୍ୟକ୍ଷ ହେବା ମାତ୍ରେ ଆକ୍ସନରେ ନିତିନ ନବୀନ, ଦିନ ସାରା କଲେ ଉଚ୍ଚସ୍ତରୀୟ ବୈଠକ।

 

୨୧-ଟ୍ରମ୍ପଙ୍କ ବୟାନରେ କ୍ଷୁବ୍ଧ ୟୁରୋପୀୟ ସଂସଦ, ଇୟୁ-ଆମେରିକା ବାଣିଜ୍ୟିକ ବୁଝାମଣା ଉପରେ ଲାଗିଲା ରୋକ।

 

୨୨-AIକୁ ନେଇ ବିଲଗେଟସ୍ ଙ୍କ ଚେତାବନୀ, କହିଲେ-ବିପଦରେ ହ୍ୱାଇଟ କଲର Jobs।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed