April 25, 2026

ଅନୁସୟା ପରିଜା ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି …

IMG-20260122-WA0002
Share

ତିର୍ତ୍ତୋଲ ତା 21/1/2026 ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ଜନ୍ମସ୍ଥାନ, ବଡ଼ସାରୋଳ କାଳିନାଗ ଠାରେ, ଧର୍ମପ୍ରାଣା ମହିୟସୀ ମହିଳା ଅନୁସୟା ପରିଜା ଙ୍କ ଏକାଦଶାହ ଉପଲକ୍ଷେ akଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅମିତ

କୁମାର ପରିଜା ଓ ସୁମିତ ପରିଜା ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ, ସାମ୍ବାଦିକ ଗିରିଜା ପ୍ରସାଦ ମହାନ୍ତି, କ୍ଷେତ୍ରମୋହନ ସାହୁ,ମୌସୁମୀ ପରିଜା, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ କୁମାର ପରିଜା, ମିନା ପରିଜା, ସବିତା ପରିଜା, ସତ୍ୟଜିତ ପରିଜା, ମମତାରାଣୀ ପଟ୍ଟନାୟକ, ସଙ୍ଗୀତ ପରିଜା, ଆଦିତ୍ୟ ପରିଜା, ଆୟୁଷ୍ମାନ ପରିଜା ଓ ଫନି ପରିଜା ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଅନୁସୟା ଙ୍କ ଭଳି ପତିବ୍ରତା, ଆଦର୍ଶ ଗୃହିଣୀ, ସରଳ, ମିଷ୍ଟଭାଷି ମହିଳା ଆଜି ସମାଜରେ ବିରଳ ବୋଲି କହିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଜଣାଯାଇଛି l

You may have missed