ତୃତୀୟ ଦିନରେ ଗଜପତି ଉତ୍ସବ ମହାଆଡ଼ମ୍ବରରେ ପାଳିତ

ପାରଳାଖେମୁଣ୍ଡି, ତା.୨୦.୦୧.୨୦୨୬
ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ତୃତୀୟ ଦିନରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ତୃତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଏସ. ବାଲା ରାଜୁ,ଜିଲ୍ଲା ପରିଷଦ ସଭ୍ୟ, ଗୋଷଣୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ବୀରାଜ ମଣ୍ଡଳ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅଂଶୁମାନ ମହାପାତ୍ର, ଡେପୁଟି ଆରକ୍ଷୀ ଅଧିକ୍ଷକ ଶ୍ରୀ ମାଧବ ନନ୍ଦ ନାୟକ
ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ,ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରିବା
ଜିଲ୍ଲାର ୫ଜଣ ବ୍ୟକ୍ତି ବିଶେଷ ତଥା ଭାର ଉତ୍ତୋଳନ କ୍ଷେତ୍ରରେ ୨୦୦ କେଜି କନିଷ୍ଠ ବିଭାଗର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ରାୟଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ପେକଟ ଗ୍ରାମର ଜ୍ୟୋସ୍ନା ଶବରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରାପ୍ତ,
ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହରୀ କୃଷ୍ଣ ବିଶ୍ଵାଳ, ଜ୍ୟୋତର୍ବିତ୍ ଶ୍ରୀ ସୁଦର୍ଶନ ତ୍ରିପାଠୀ, ପାର୍ମାସିଷ୍ଟ ଶ୍ରୀ ବିଦ୍ୟାଧର ସାହୁ, ଅଙ୍ଗ ଦାନ କରିଥିବା ସ୍ବର୍ଗତ ନରସିଂହ ମହାରଣାଙ୍କ ପାରିବାର ସଦସ୍ୟଙ୍କୁ ଓ ଦେବଦାସୀ ସିଜେନ୍ ୪ ନର୍ତ୍ତକୀ ଚଞ୍ଚଳା ସାଇସ୍ନା ଇତ୍ୟାଦିକୁ ସେମାନଙ୍କ ବହୁମୁଖି ପ୍ରତିଭା ପାଇଁ ଜିଲ୍ଲା ପ୍ରଶାସନ ଗଜପତି ତତଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଜପତି ଜିଲ୍ଲାର ସଂସ୍କୃତି,ସାରସ୍ଵତ ସର୍ଜନା, ପରମ୍ପରା, ଆଧ୍ୟାତ୍ମିକ ଚେତନା, କୁଟୀର ଶିଳ୍ପ, କାରୁକାର୍ଯ୍ୟ, ପାଇକ ବିରତ୍ଵ, ରାଜକୀୟ ଅବଦାନ ,ଇତିହାସ ପ୍ରଭୃତି ସମ୍ପର୍କରେ ସ୍ବରଚିତ ଲେଖା ଗଜପତି ସ୍ମରଣିକା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।
ଏହି ଅବସରରେ ତୃତୀୟ ସନ୍ଧ୍ୟାରେ ଜିଲ୍ଲା, ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ ।
