March 8, 2026

ରକ୍ତଦାନ ଶିବିର ଆୟୋଜନ ନିମିତ୍ତ ଅନ୍ତିମ ପ୍ରସ୍ତୁତି ବୈଠକ

IMG-20260120-WA0068
Share

 

 

ବୋଲଗଡ଼,୨୦/୧(ଉପାନ୍ତ ଖବର) ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏବଂ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ଙ୍କ ଆବାହକତ୍ୱରେ ମଙ୍ଗଳବାର ଦିନ ୨ଘଟିକା ସମୟରେ ଆଗାମୀ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରକ୍ତଦାନ ଶିବିର ଆୟୋଜନ ନିମିତ୍ତ ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ପୂର୍ବ ପ୍ରସ୍ତୁତି ବୈଠକର ବିବରଣୀ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ପଠନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟପରିସର ସ୍ଥିତ ଓଡ଼ିଶା ବ୍ଳଡ ସେଣ୍ଟର କାଉନସିଲର ଅଜୟ କୁମାର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପବିତ୍ର ମୋହନ ସାହୁ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ରକ୍ତଦାତାଙ୍କର ବୟସ, ଓଜନ ତଥା ରକ୍ତଦାନ ଦ୍ବାରା ଶରୀରର ବିଭିନ୍ନ ଉପକାରିତା ଏବଂ ରକ୍ତଦାତାମାନଙ୍କ ନିମନ୍ତେ ଉପଲବ୍ଧ ହେଉଥିବା ବିଭିନ୍ନ ସରକାରୀ ସାହାଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ବୈଠକରେ ପିଚୁକୁଳିସ୍ଥିତ ଶ୍ରୀ ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଉପରୋକ୍ତ ଶିବିର ଅନୁଷ୍ଠିତ ହେବ ପାଇଁ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା। ଉକ୍ତ ବୈଠକରେ ପ୍ରଧାନଶିକ୍ଷକ ସୁଧୀର କୁମାର ସେଠୀ,ମଳୟ କୁମାର ପଣ୍ଡା, ଭିକାରୀ ପୁଷ୍ଟି, ଶିକ୍ଷକ ବିଜୟ କୁମାର ସାହୁ, ଦେବାର୍ଚନ ଦିଗାଲ,ଦୁର୍ଗାପ୍ରସାଦ ସୁବୁଦ୍ଧି, ଜନ୍ମେଜୟ ମାଝୀ, ଶିଶିର ରାଉତରାୟ, ସ୍ୱେଚ୍ଛାସେବୀ ଚନ୍ଦ୍ରକାନ୍ତି ପଟ୍ଟନାୟକ, ବୋଲଗଡ଼ ପ୍ରେସ କ୍ଳବର ସଭାପତି ନିରଞ୍ଜନ ନାୟକ, ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ, ବିଭୁପ୍ରସାଦ ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ମହମ୍ମଦ ମୁସ୍ତାକ ଅଲ୍ଲୀ, ଚନ୍ଦ୍ରଶେଖର ନାୟକ , ପ୍ରକାଶ ମହାପାତ୍ର, ପ୍ରଦୀପ ବଳବନ୍ତରାୟ,ବିପିନ ବିହାରୀ ସ୍ୱାଇଁ, ସନ୍ତୋଷ କୁମାର ସାମଲ ଏବଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଶେଖ୍ ମୁନୀର୍, ଶିବପ୍ରସାଦ ମିଶ୍ର, ବବ୍ରୁବାହନ ବେହେରା, ସଞ୍ଜୟ କୁମାର ମନ୍ତ୍ରୀ, ସଞ୍ଜୟ କୁମାର ଦଳାଇ, ଅଜୟ କୁମାର ବଳିୟାର ସିଂହ ଓ ମିନାକ୍ଷୀ ବଳିୟାର ସିଂହ ଉକ୍ତ ଉପସ୍ଥିତ ରହି ରକ୍ତଦାତା ସ°ଗ୍ରହ କରିବା ସମେତ ସେମାନଙ୍କଠାରୁ ସମ୍ମତି ପତ୍ର ଆଣିବା ଏବଂ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସକ୍ରିୟ ସହଯୋଗ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର ସଂଯୋଜନା କରିଥିଲେ। ଶ୍ରୀରାମାଶିଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।