ପାଳଗଦା ନିଆଁରେ ନବବଧୂ ଜୀବନ୍ତଦଗ୍ଧ..
ଭୂତମୁଣ୍ଡାଇ ପଞ୍ଚାୟତ ପିପ୍ପଳ ଗ୍ରାମରେ ଅଭାବନୀୟ ଘଟଣା। ନିଆଁରେ ପୋଡ଼ି ହୋଇ ଚାଲିଗଲା ନବବଧୂଙ୍କ ଜୀବନ। ଘରେ କେହି ନଥିବା ସମୟରେ ଘଟିଛି ଘଟଣା। ଘଟଣା ସ୍ଥଳରେ ପାରାଦୀପ ଲକଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଜଗତସିଂହପୁର: ଭୂତମୁଣ୍ଡାଇ ପଞ୍ଚାୟତ ପିପ୍ପଳ ଗ୍ରାମରେ ଅଭାବନୀୟ ଘଟଣା। ନିଆଁରେ ପୋଡ଼ି ହୋଇ ଚାଲିଗଲା ନବବଧୂଙ୍କ ଜୀବନ। ଘରେ କେହି ନଥିବା ସମୟରେ ଘଟିଛି ଘଟଣା। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ କଲେ ଆୟତ୍ତ।
ଦେଢ଼ବର୍ଷ ତଳେ କୁଜଙ୍ଗ ଦୁଆଡିଆ ଗ୍ରାମର ରିନୀ କୁମାରୀ ଦଳେଇ ପିପ୍ପଳ ଗ୍ରାମର ସ୍ମୃତି ରଞ୍ଜନ ସ୍ବାଇଁଙ୍କୁ ବାହା ହୋଇଥିଲେ। ଆଜି ସକାଳୁ ସ୍ବାମୀ ସ୍ମୃତି ରଞ୍ଜନ କାମ କରିବା ପାଇଁ ଘରୁ ବାହାରକୁ ଯାଇଥିବା ସମୟରେ ଶ୍ବଶୁର ରୋଗାଗ୍ରସ୍ତ ଅବସ୍ଥାରେ ଘରେ ପଡି ରହିଥିଲେ। ଏଣେ ଶାଶୁ କଟକ ବଡ଼ ମେଡ଼ିକାଲକୁ ଯାଇଥିଲେ। ତେବେ ଘର ନିକଟରେ ଥିବା ଏକ ଛୋଟ ଚାଳଘରେ କୌଣସି କାରଣରୁ ନିଆଁଲାଗି ଯିବାରୁ ଘର ପାଖରେ ଥିବା ପାଳଗଦା ସହ ରିନୀ ପୋଡ଼ି ହୋଇ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି।
ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ କଲେ ସମ୍ପୂର୍ଣ୍ଣ ଆୟତ୍ତ
ଘରୁ ନିଆଁଲାଗି ଧୂଆଁ ବାହାରୁଥିବା ସମୟରେ ସ୍ଥାନୀୟ ଲୋକେ ଦେଖି ପାଣି ପକାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି। ତେବେ ଘଟଣା ସ୍ଥଳରେ ପାରାଦୀପ ଲକଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
