March 7, 2026

ଠିକାଦାରଙ୍କ ଅବହେଳା ଯୋଗୁଁ ଢ଼ାମଣାହାଣ୍ଡି ଗ୍ରାମରେ କାନ୍ଥ ଭୁଶୁଡି ଓଡିଶା ଗ୍ରାମୀଣ ବ୍ୟାଙ୍କର କାର୍ଯ୍ୟ ଠପ ଗ୍ରାହକ ହନ୍ତସନ୍ତ, ଗ୍ରାମବାସୀଙ୍କ ମହଲରେ ଅସନ୍ତୋଷ

IMG-20260119-WA0052
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଜାତୀୟ ରାଜ ପଥ କଡ଼ରେ ଥିବା ଢ଼ାମଣା ହାଣ୍ଡି ଗ୍ରାମରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ର କାନ୍ଥ ଭୁଶୁଡି ପଡ଼ି ବାରୁ ବ୍ୟାଙ୍କ କାମ ଠପ ହୋଇଯାଇଛି. ଟଙ୍କା ଉଠାଣ ସମେତ ବିଭିନ୍ନ କାମରେ ଗ୍ରାହକ ବ୍ୟାଙ୍କ କୁ ଆସି କାମ ନ ହବାରୁ ଅସନ୍ତୋଷ ପ୍ରକାଶ କରି ଫେରି ଯାଉ ଥିବା ଜଣାଯାଇଛି.ଅଞ୍ଚଳ ବାସୀଙ୍କ କହିବା ଅନୁଯାଇ ରବିବାର ରାତ୍ର ସାଡ଼େ ସାତ ଘଣ୍ଟା ସମୟ ରେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଯୋଜନା ରେ ପଞ୍ଚାୟତ ପରିସର ରେ କାମ ଚାଲୁଥିଲା ଠିକ ସେହି ସମୟ ରେ ମେସିନ ଶବ୍ଦ ଶୁଣି ବ୍ୟାଙ୍କ କତ୍ରୁପକ୍ଷ ଙ୍କୁ ଖବର ଦେଇଥିଲୁ ପରେ ଉକ୍ତ ବ୍ୟାଙ୍କ ଶାଖା ପରିଚାଳକ ଆସିଥିଲେ.ବୋଲି ସୂଚନା ଦେଇଥିଲେ . ଏ ନେଇ ଶାଖା ପରିଚାଳକ ଶ୍ରୀପତି ଭୋଇ ଙ୍କୁ ଯୋଗାଯୋଗ କରିବାରୁ ଏହି କାମ ବିଷୟ ରେ ପୂର୍ବ ରୁ କୌଣସି ସୂଚନା ଆମକୁ ଦିଆଯାଇନାହିଁ.ରାତ୍ର ଖବର ପାଇଁ ସଙ୍ଗେ ସଙ୍ଗେ ଆସି ଦେଖି ଥିଲି କୋମ୍ପୁଟର. ପ୍ରିଣ୍ଟର. ସେନ୍ସର ଏବଂ ଅଲାରାମ ସହ ଅସବା ପତ୍ର ଇତ୍ୟାଦି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ଇଲେକ୍ଟ୍ରନିକ ଜିନିଷ ନଷ୍ଟ ହୋଇଯାଇଛି.ବ୍ୟାଙ୍କର ଉଚ୍ଚ କତ୍ରୁପକ୍ଷ ଙ୍କ ସମେତ ଥାନାରେ ଜଣାଇଛି. ପୋଲିସ ଆସିଥିଲେ,ଓଜିବି ପକ୍ଷରୁ ମେନେଜେର ଅପରସେନ ଶ୍ରୀ ରାଜ ବର୍ମା ଘଟଣା ସ୍ଥଳ ରେ ପହଂଚି ତଦା ରଖ କରୁଥିବା ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ.ବିନା ଟେଣ୍ଡେର ରେ ଲକ୍ଷାଧିକ ଟଙ୍କାର କାମ କରୁଥିବା ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ୟାଙ୍କ ଠପ ହୋଇଗଲା ଏହି କ୍ଷତି ପୁରଣ ପାଇଁ ଦାୟି କିଏ ବୋଲି ଗ୍ରାହକ ମହଲ ରେ ପ୍ରଶ୍ନ ହେଉ ଥିବା ବେଳେ ଘଟଣା କୁ ଚାପାଇ ଦେବା ପାଇଁ ଚେଷ୍ଟା ଜାରି ରହିଛି. କାମ ଆରମ୍ଭ ରୁ ବ୍ୟାଙ୍କ କତ୍ରୁପକ୍ଷ ଙ୍କୁ କାହିଁକି ଚିଠି କରାଗଲା ନାହିଁ. ସମସ୍ତ ଅନିୟମିତତା ସହ କେଉଁ ଅନଭିଜ୍ଞ ଠିକାଦାର ଙ୍କୁ ଏହି 35ଲକ୍ଷ ଟଙ୍କାର କାମ ହାତକୁ ବ୍ଲକ ପ୍ରଶାସନ ଟେକି ଦେଇଛନ୍ତି. ଟେଣ୍ଡେର ମାଧ୍ୟମ ରେ ଉତ୍ତମ ମାନର କାମ ହେଉ ନ ଚେତ ଗ୍ରାମବାସୀ ଭିଜିଲେନ୍ସ ର ଦ୍ୱାରସ୍ତ ହେବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଥିବାର ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.