ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ମାଗଣା ରନ୍ଧା ଖାଦ୍ୟର ସେବା
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ମାଗଣା ରନ୍ଧା ଖାଦ୍ୟର ସେବା ଉଦଘାଟିତ ହୋଇ ଯାଇଛି।ସହରର ଚନ୍ଦ୍ରିକା ସେବା ଟ୍ରଷ୍ଟ ଆଜି ଠାରୁ ପ୍ରତି ରବିବାର ଦିନ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମାଗଣା ଖାଦ୍ୟ ପ୍ରଦାନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି। ମେଡିକାଲ ଅଧିକ୍ଷକ ଡା ଦୁର୍ଗାଦତ୍ତ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଚନ୍ଦ୍ରିକା ସେବା ଟ୍ରଷ୍ଟର ଏହି ମାଗଣା ଖାଦ୍ୟ ସେବା କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଛନ୍ତି। ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ରୋଗିଙ୍କ ସମ୍ପର୍କୀୟମାନେ ଖାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ବୁଖିନ ହେଉଥିଲେ।ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ବାହାର ବଜ଼ାରରୁ ଅଧିକ ମୂଲ୍ୟରେ ରନ୍ଧା ଖାଦ୍ୟ କିଣିବାକୁ ପଡୁଥିଲା।ଚିକିତ୍ସାଳୟ ପରିସରରେ ଏଭଳି ଏକ କାର୍ଯ୍ୟକ୍ରମ ରୋଗୀଙ୍କ ସମ୍ପର୍କୀୟଙ୍କ ଖାଦ୍ୟ ଚିନ୍ତାକୁ ଦୂର କରି ପାରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ଭିତରେ ଟାଉନଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେର,ଆର ଆଇ ପ୍ରଦ୍ୟୁମ୍ନ ପଟେଲ,ସମାଜସେବୀ ଶ୍ରୀବଛ ମଲ୍ଲିକ, ପ୍ରମୁଖ ନିଜେ ଖାଦ୍ୟ ଖାଇ ଖାଦ୍ୟର ମାନ ଯାଞ୍ଚ କରିବା ସହ ଖାଦ୍ୟ କୁ ଖୁବ ପ୍ରଶଂସା କରିଛନ୍ତି।ଏହି ଅବସରରେ ଷ୍ଟ୍ରଟ କର୍ମକର୍ତ୍ତା ଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି।