ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ଵାରା କେରିୟାର ସମ୍ବଧୀୟ ସଚେତନତା କାର୍ଯକ୍ରମ ଅନୁଷ୍ଠିତ……

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ପି. ଏମ. ଶ୍ରୀ ସରକାରୀ ଉଚ୍ଛ ବିଦ୍ୟାଳୟ କୁର୍ଷୀ ଠାରେ ସରକାରୀ ଆଇ .ଟି .ଆଇ. ଦ୍ଵାରା ଏକ କେରିୟାର କଊନ୍ସେଲିଙ୍ଗ କାର୍ଯ୍ୟ କ୍ରମ ରାଜ୍ୟ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଧେଶକଙ୍କ ନିର୍ଦ୍ଧେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରକାରୀ ଆଇ .ଟି .ଆଇ. ଅଧ୍ୟକ୍ଷ ସଞ୍ଜୟ କୁମାର ଠାକୁର ତ୍ୱରାନ୍ୱିତ କରିଥିଲେ । ଅନୁଷ୍ଠାନର ଟ୍ରେନିଂ ଅଫିସର ଶ୍ରୀ ପ୍ରଦୀପ କୁମାର ବର୍ମନ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ସୌରଭ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ବୈଷୟିକ ଶିକ୍ଷାର ତାତ୍ପର୍ଜ୍ୟ ଏହାର ସରକାରୀ ପ୍ରତ୍ସାହନ ଏବଂ ନିଯୁକ୍ତିର ସୁବିଧା ସୁଯଗ ସମ୍ପର୍କରେ ଅଲକୋପାତ କରିଥିଲେ । ଶେଷରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନଧର ମାଝି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର, ଛାତ୍ରୀ, ଆଇ .ଟି .ଆଇ.ର ସହକାରୀ ପ୍ରଶିକ୍ଷକ ସୂରଜ ସାମନ୍ତ ସିଂହାର, ଦୀପକ କୁମାର ସାମନ୍ତ, ସୁଜିତ ମହାନ୍ତି ଏବଂ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।
