March 11, 2026

ପୁରୀ ପେଣ୍ଠକଟା ରେ ପଙ୍ଗଲ ଉତ୍ସବ ପାଳନ କରାଯାଇଥିଲା

IMG-20260116-WA0022
Share

ଏହି ପଙ୍ଗଲ ଉତ୍ସବ ଉପଲକ୍ଷେ ପେଣ୍ଠକଟା ର ମତ୍ସ୍ୟଯିବୀ ସମୂହ ୭ ଦିନ ମାଛ ଧରିବା ବନ୍ଦ କରି ଗଙ୍ଗା ମାତାଙ୍କର ପୂଜା ଅର୍ଚ୍ଚନା କରିବା ସହିତ ଶତାଧିକ ମହିଳା ଭକ୍ତମାନେ ନିଜ ମୁଣ୍ଡରେ କଳସୀ ଧରି ଶୋଭାଯାତ୍ରାରେ ଗଙ୍ଗାଦେବୀ ମନ୍ଦିର ଯାଇଥିଲେ, ଏଥିରେ ହଜାର ହଜାର ସ୍ତ୍ରୀ ପୁରୁଷ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଏବଂ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ମତ୍ସ୍ୟଜୀବି ସଂଘର୍ ସଭାପତି ବାବୁଲା ପ୍ରସାଦ, ପୂର୍ବତନ କାଉନସିଲର କେ ତାତା ରାଓ, ପେଣ୍ଠକଟା ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ସଭାପତି କେ ମାର୍କ, ପେଣ୍ଠକଟା ମତ୍ସ୍ୟ କୂଳ ସଭାପତି ସୋଡ଼ିପିଲି ରାମାଣା, ଗଙ୍ଗାଦେଵୀ ଙ୍କ ପ୍ରତିଷ୍ଠାତା କୋଭିର ମସେନୁ, ୟାଜଲା ଅପଲରଜୁ,

ବୋନ୍ଧି ଅପ୍ପରାଓ, ଏମ ସୁରି ବାବୁ, କେ ପ୍ରସନ୍ନ କୁମାର, ଏରିପିଲି ଇଶ୍ଵର ରାଓ, କନ୍ଧଲା ତାତା ରାଓ, ଏରିପିଲି ଜାଗା, କୁମାର, ଛପଲା ଦେଉଡୁ, କେ ନାଲା, ଛପଲା ଜାଗା, ବେନୁଗୁ ଇଶ୍ଵର ରାଓ, ଦୋଡା ମାଧବ, କାରେ କାଶୀ, ଗୋସଲା ଜାଗା, ଏରିପିଲି ଅପଲାରଜୁ ଏବଂ ପେଣ୍ଠକଟା ର ସମସ୍ତ ସାହିର ଭଦ୍ରଲୋକ ଓ ଯୁବକ ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ । ଏବଂ ଆଜି ମକର ପଂଗଲ ରେ ନୂତନ ବିବାହିତ ଝିଅ ଜୋଇଁ ନାତି ନାତୁଣୀ ମାନେ ବାପଘର କୁ ଆସି ପଙ୍ଗଲ୍ ଉତ୍ସବ ଉପଭୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ