ଗଜପତି:- ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି।
ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଜିଲ୍ଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବଂଶଧାରା ନାଗାବଳୀ ଅବବାହିକା , ପାରଳାଖେମୁଣ୍ଡି ଇଂ ଏ: ରାମ ପ୍ରସାଦ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ: ପ୍ରକାଶ ରାଓ , କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା , ଗୋସାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ.ବୀରରାଜୁ , ଗୋସାଣୀ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଏସ.ବାଲାରାଜୁ ପ୍ରମୁଖ , ମଞ୍ଚାସିନ ଥିଲେ ।
ଉକ୍ତ ଉତ୍ସବରେ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭିନ୍ନ ପରାମର୍ଶ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ପ୍ରଦାନ କରିଥିଲେ । ସେହିପରି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀ ମାନେ ବର୍ଷା ପାଣିକୁ ସାଇତି ରଖିବା ଆବଶ୍ୟକ। ସେହିପରି ଜିଲ୍ଲାର ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ କୃଷିର ବିକାଶ ନିମନ୍ତେ ସଚେତନତା କରାଯାଉଛି।
ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ଅଧୀନରେ ୧୪୮ଟି ପ୍ରକଳ୍ପ ରହିଥିବା ବେଳେ ଉଠା ଜଳସେଚନ ଅଧୀନରେ ଥିବା ୪୬୫ ଗୋଟି ପାଣି ପଞ୍ଚାୟତର କାର୍ଯ୍ୟକରୀ ହେଉଅଛି । ପାଣି ପଞ୍ଚାୟତ ର ତୃଣମୂଳ ସ୍ତରରୁ ଜଳ ପରିଚାଳନା କରିବା ସମସ୍ତ ଚାଷୀ ସମାନତା ପ୍ରଦାନକୁ ସୁନିଶ୍ଚିତ କରିବାକୁ ପ୍ରତି ବର୍ଷ ଏହି ପକ୍ଷ ପାଳନ କରାଯାଉଛି। ବିକଶିତ ଓଡ଼ିଶା , ବିକଶିତ ଭାରତ ଲକ୍ଷକୁ ହାସଲ କରିବା ନିମନ୍ତେ ୨୦୩୬ ଓ ୨୦୪୭ ଅନୁଯାୟୀ ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ଚାଷ ଯୋଗ୍ୟ ଜମିର ୯୦% ପ୍ରତିଶତରୁ ଅଧିକ ଅଞ୍ଚଳକୁ ଜଳ ସେଚନ ପରିସର ଭୂକ୍ତ କରିବାକୁ ଲକ୍ଷ୍ୟ ହାସଲ କରିବା ଲକ୍ଷ ରଖାଯାଇଛି।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀଚିକିତ୍ସା , କୃଷି , ଉଦ୍ୟାନ , ଜଳଛାୟା ବିଭାଗ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ କାର୍ଯ୍ୟନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
—————-+—————————
