June 29, 2026

ସରକାରଙ୍କୁ ଡ୍ରପ୍‌ ଆଉଟ୍‌ ଚିନ୍ତା– ସପ୍ତାହେ ସ୍କୁଲ ବନ୍ଦ କଲେ,ଘରକୁ ଦୌଡ଼ିବେ ଶିକ୍ଷକ

IMG-20260110-WA0040
Share

 

 

ଭୁବନେଶ୍ୱର(ଲମ୍ବୋଦର ସାହୁ)ଡ୍ରପ୍ ଆଉଟ୍ ହାର ବଢ଼ୁଛି।ଏହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ନଆସନ୍ତି ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ।କାହିଁକି ସ୍କୁଲ ଆସୁନି?କ’ଣ ଅସୁବିଧା ରହିଛି?ଏସବୁର ତଥ୍ୟ ସଂଗ୍ରହ କରିବେ।ପିତାମାତା ସହ ଆଲୋଚନା କରିବେ।ସ୍କୁଲକୁ ପୁଣି ଫେରାଇ ଆଣିବେ।ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ଅନୁଯାୟୀ,ଗତ ଡିସେମ୍ବର ୨୬ ତାରିଖରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍)ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।ଏଥିରେ ଡ୍ରପ୍ ଆଉଟ୍ ହାର ରୋକିବା,ଶିଶୁ ଶ୍ରମିକ ରୋକିବା ଓ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ ଦିଆଯାଇଛି। ଯେଉଁଥି ପାଇଁ ଯଦି କୌଣସି ପିଲା ଏକ ସପ୍ତାହ ଧରି ସ୍କୁଲ ନଆସେ ତେବେ ତା ଘରକୁ ସ୍କୁଲ ଶିକ୍ଷକ ଯିବେ।ଆବଶ୍ୟକ ହେଲେ ପ୍ରଧାନଶିକ୍ଷକ,ସ୍କୁଲ ପରିଚାଳନା କମିଟି(ଏସ୍ଏମ୍‌ସି) ସଦସ୍ୟ ଘରକୁ ଯିବେ।ସିଧାସଳଖ ପିଲାର ବାପା, ମା’ଙ୍କ ସହ ଆଲୋଚନା କରିବେ। କ’ଣ ପାଇଁ ସ୍କୁଲ ଅଧାରୁ ଛାଡ଼ିଛି ତାର କାରଣ ପଚାରିବେ।ଏହା ପଛରେ ସାମାଜିକ-ଅର୍ଥନୈତିକ, ପ୍ରବାସୀ ଶ୍ରମିକ କିମ୍ବା ଅନ୍ୟ କାରଣ କଣ ରହିଛି ତାହା ବୁଝିବେ। ଏପରିକି ପିଲାଙ୍କୁ ପୁଣି ଥରେ ସ୍କୁଲରେ ନାମ ଲେଖାଇବେ।ଏହା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି କୁହାଯାଇଛି।

ସେହିପରି ଯଦି ଘର ପରିଦର୍ଶନ ସମୟରେ ସୂଚନା ପାଆନ୍ତି ଯେ, ଆର୍ଥିକ ସମସ୍ୟା ପାଇଁ ପିଲାଟି କୌଣସି ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛି ତେବେ ଶ୍ରମ ବିଭାଗ ସହ ଯୋଗାଯୋଗ କରି ଶିଶୁଟିକୁ ମୁଖସ୍ରୋତରେ ସାମିଲ କରିବାକୁ କାର୍ଯ୍ୟ କରିବେ।ଘରକୁ ପରିଦର୍ଶନ ସମୟରେ ଯଦି ଜାଣିବାକୁ ପାଆନ୍ତି,ବାଲ୍ୟ ବିବାହ ପାଇଁ ଶିଶୁଟି ଅଧାରୁ ପାଠପଢ଼ା ଛାଡ଼ିଛି ତେବେ ଏହାକୁ ରୋକିବେ।

You may have missed