ସ୍ତ୍ରୀ ସାମ୍ନାରେ ସ୍ୱାମୀ କୁ ଦଳି ମାରିଲା ଦନ୍ତା…
ନୀଳଗିରି( ଦେବାଶିଷ ଦାଶ )
ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳରେ ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ଦଳି ମାରିଦେଲା ଦନ୍ତା.
ନିଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଶ୍ରୀଦେଇପୁର ଗାଁର କିଛି ଲୋକେ ସ୍ଥାନୀୟ କୁଲଡିହା ଅଭୟାରଣ୍ୟ ଅଧୀନ ଖୁମ୍କୁଟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। କାଠ ସଂଗ୍ରହ କଲାବେଳେ ବୈରାଗୀ ଦେହୁରୀ ଓ ତାଙ୍କ ସ୍ତ୍ରୀ ସୁକାନ୍ତୀ ଦେହୁରୀ କାଠ ସଂଗ୍ରହ କରି ଫେରୁଥିବା ସମୟରେ ହଠାତ ରାସ୍ତା ମଝିରେ ଏକ ଦନ୍ତା ହାତୀ ଗୋଡ଼ାଇଥିଲା । ବୈରାଗୀ ଦନ୍ତା ହାବୁଡ଼ରେ ପଡ଼ି ଯିବାରୁ ସେ ତାଙ୍କୁ ଶୁଣ୍ଢରେ କଚାଡ଼ି ଦଳି ଦେଇଥିଲା । ସ୍ଵୀ ସୁକାନ୍ତିଙ୍କ ସାମ୍ନାରେ ସ୍ବାମୀ ମୃତ୍ୟୁ ସହ ସଂଗ୍ରହ କରୁଥିବା ବେଳେ ସେ କିଛି କରି ପାରିନଥିଲେ । ଫଳରେ ସ୍ତ୍ରୀ ସମ୍ମୁଖରେ ସ୍ବାମୀର ମୃତ୍ୟୁ ଘଟିଥିଲା ।
ଏନେଇ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
