April 29, 2026

ଜଗତସିଂହପୁର ଜିଲ୍ଲା ବିଜେପି ସମ୍ପାଦକ ଓ ଆଇଟି ଇନଚାର୍ଜ ଭାବେ ରୂପକ ଖୁଣ୍ଟିଆ ମନୋନୀତ !!

IMG-20260102-WA0042
Share

 

 

​ତିର୍ତୋଲ ତା ୦୨/୦୧/୨୦୨୬

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଭାରତୀୟ ଜନତା ପାର୍ଟିର ସାଂଗଠନିକ ଅଭିବୃଦ୍ଧି ପାଇଁ ଜଗତସିଂହପୁର ଜିଲ୍ଲା ବିଜେପି ଟିମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ତିର୍ତୋଲ ବ୍ଲକର ଜଣେ ନିଷ୍ଠାପର ତଥା ଟାଣୁଆ ସଂଗଠକ ଶ୍ରୀଯୁକ୍ତ ରୂପକ ଖୁଣ୍ଟିଆଙ୍କୁ ଜିଲ୍ଲା ବିଜେପି ସମ୍ପାଦକ ଏବଂ ଜିଲ୍ଲା ଆଇଟି ସେଲର (IT) ଇନଚାର୍ଜ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି ।

​ସୂଚନାଯୋଗ୍ୟ ଯେ, ଶ୍ରୀ ଖୁଣ୍ଟିଆ ପୂର୍ବରୁ ଦଳର ବିଭିନ୍ନ ପଦ ପଦବୀରେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେ ମଣ୍ଡଳ ଓବିସି (OBC) ମୋର୍ଚ୍ଚା ସଭାପତି, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଏବଂ ମଣ୍ଡଳ ପ୍ରତିନିଧି ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି । ତାଙ୍କର ଏହି ଦୀର୍ଘ ଦିନର ସାଂଗଠନିକ ଅଭିଜ୍ଞତା ଓ ନିଷ୍ଠାକୁ ଦେଖି ଦଳ ତାଙ୍କୁ ଜିଲ୍ଲା ସ୍ତରୀୟ ଟିମରେ ସ୍ଥାନ ଦେଇଛି । ତିର୍ତୋଲ ବ୍ଲକରୁ ସେ ଏକମାତ୍ର ବ୍ୟକ୍ତି ଭାବେ ଏହି ସମ୍ମାନଜନକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି।

​ଏହି ନିଯୁକ୍ତି ପରେ ଶ୍ରୀ ଖୁଣ୍ଟିଆ ଦଳର ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର,ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,ମାନ୍ୟବର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତୋଲ ନିର୍ବାଚନୀ ମଣ୍ଡଳୀ ନେତା ରାଜ କିଶୋର ବେହେରା ପ୍ରାକ୍ତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଓ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଜିଲ୍ଲାରେ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ଡିଜିଟାଲ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତିର୍ତୋଲ ବ୍ଲକ ତଥା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

You may have missed