April 29, 2026
ajiro khabar
Share

 

ଆସନ୍ତା ୩୧ ତାରିଖରେ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ, ପରେ ଲଘୁଚାପରେ ପରିଣତ ହୋଇପାରେ। ଧାନ ଅମଳ ଓ ବିକ୍ରିକୁ ବିପଦ

 

ବାୟୁ ପ୍ରଦୂଷଣରେ ଦେଶର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ତିନି ସହର ସ୍ଥାନ ପାଇଲେ। ଦିଲ୍ଲୀ ଅପେକ୍ଷା ବାଲେଶ୍ୱରରେ ଅଧିକ।

 

ଖୋର୍ଦ୍ଧା ଜିଲ୍ଲାରେ ୫୧୬ କୋଟି ଟଙ୍କାରେ ୩୯ଟି ପ୍ରକଳ୍ପର ଶୁଭାରମ୍ଭ ହେଲା

 

ଆମ ସାଥି ୟୁନିଫାଏଡ୍ ହ୍ବାଟସପ୍ ଚାଟ୍ ବଟ୍ ଲୋକାର୍ପିତ ହେଲା। ବିନା କାଗଜରେ ସରକାରୀ କାମ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ।

 

ଆଜି ବିଜେଡି ପାଳିବ ୨୯ ତମ ପ୍ରତିଷ୍ଠା ଦିବସ, ନବୀନଙ୍କ ଦ୍ୱାରା କିଛି ବଡ ଘୋଷଣା ପାଇଁ ଅପେକ୍ଷା କରିଛନ୍ତି ଦଳୀୟ କର୍ମୀ।

 

ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ଅଛି ବୋଲି କହିଲେ ଖଣି ମନ୍ତ୍ରୀ।

 

ପୁଣି ଭଦ୍ରକ ଜିଲ୍ଲା ଧାମରାରେ ପଡ଼ୋଶୀଙ୍କ ଦ୍ୱାରା ଯୁବତୀଙ୍କୁ ନିର୍ଯ୍ୟାତନା। ଫିନାଇଲ ପିଇଲେ ପୀଡିତା, କଟକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ

 

ମୟୁରଭଞ୍ଜ ରାଇରଙ୍ଗପୁରରେ ଆଦିବାସୀ ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ୩ ଗ୍ରାମର ଲୋକେ ଥାନାରେ

 

କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ୬ ମାଓବାଦୀ ମୃତ। ଗଣେଶ ଉଇକେ ନାମରେ ୧କୋଟି ୨୦ଲକ୍ଷ ଟଙ୍କାର ପୁରସ୍କାର ଥିଲା।

 

ଯାଜପୁରରେ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମୃତକ ସସ୍ମିତା ଜେନା।

 

ଭୁବନେଶ୍ୱର ଶିଖରଚଣ୍ଡୀ ମୁଣ୍ଡିଆରେ ବଣଭୋଜି ବେଳେ ପଶି ଆସିଲେ ହାତୀ ପଲ। ଭୋଜି ଖାଇବା ଛାଡି ଦୌଡ଼ିଲେ ଲୋକେ।

 

ସମ୍ବଲପୁର ମହୁଲପାଲି ବ୍ରାହ୍ମଣଡିହି ଗ୍ରାମରେ ମହୁମାଛି ଆକ୍ରମଣ ଭୟରେ ପାଣିରେ ବୁଡ଼ି ରହି ଯୁବକଙ୍କ ମୃତ୍ୟୁ।

 

ଅନୁଗୋଳ କରମଟା ଗ୍ରାମରେ ବସିଥିବା ମା’ ପୁଅଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର। ଘଟଣାସ୍ଥଳରେ ପୁଅର ମୃତ୍ୟୁ।

 

ବାରିପଦା ପୁଲିସ ଧରିଲା ବାଇକ ଚୋରି ରାକେଟ, ୫ ଅଭିଯୁକ୍ତ ଗିରଫ, ବେହେରାମାଲରୁ ଧରାପଡ଼ିଲେ ୭ ଜୁଆଡ଼ି

 

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳଷ୍ଟେସନରେ ନକଲି ପୋଲିସ ଯୁବକକୁ ଗିରଫ କଲା ଅସଲି ପୁଲିସ

 

କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ନାମରେ ଅଭିଯୋଗ। ବନ୍ଧୁମିଳନ ଖାଦ୍ୟ ଖୋଲା ଫୋପଡା ହେଲା, ବାସି ଖାଇ ଏକାଧିକ ଗାଈ ମୃତ।

 

ନୂଆପଡା କୋମନାରେ ଧନୁଯାତ୍ରା ଦେଖି ବାଇକରେ ଫେରୁଥିଲେ, ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ, ଅନ୍ୟ ୨ଜଣ ଗୁରୁତର

 

ରାୟଗଡ଼ା ଜିଲ୍ଲା ରାମନାଗୁଡାରେ ପ୍ରଶାସନ ତତ୍ପର। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡିସଚାର୍ଜ ପୂର୍ବରୁ ଗର୍ଭବତୀଙ୍କୁ ଜନ୍ମ ପ୍ରମାଣପତ୍ର ମିଳିଗଲା।

 

ଭୁବନେଶ୍ୱର ଇଏସ୍‌ଆଇ ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ। ମଞ୍ଜୁରିପ୍ରାପ୍ତ ପଦବୀରୁ ୬୦% ଖାଲି ପଡିଛି।

 

ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଶିକ୍ଷକଙ୍କୁ ଗୁଳି। ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ।

 

ତେଲେଙ୍ଗାନାରେ ଶିଶୁ ବିକ୍ରି ରାକେଟ ଧରାପଡିଲା। ଶିଶୁ ପିଛା ୧୫ ଲକ୍ଷ ଟଙ୍କାରେ ୧୫ଟି ଶିଶୁ ବିକ୍ରି।

 

ଦେଶରେ ଆଜିଠାରୁ ବର୍ଦ୍ଧିତ ରେଳ ଭଡା ଲାଗୁହେଲା। ପ୍ରତି କିଲୋମିଟର ଉପରେ ୧ରୁ ୨ ପଇସା ବଢ଼ିଲା।

 

ଦେଶର ପନ୍ଦରଟି ରାଜ୍ୟରେ ମହିଳାଙ୍କୁ ମାସିକ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ଚାଲିଛି। ବଜେଟରେ ୫୦ ହଜାର କୋଟି ପର୍ଯ୍ୟନ୍ତ ପ୍ରାବଧାନ। ଭୋଟ ପାଇଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ।

 

ଭାରତୀୟ ସେନା କର୍ମଚାରୀ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା, ମତାମତ ପ୍ରକାଶ କରିବା କିମ୍ବା ବ୍ୟକ୍ତିଗତ ବିଷୟବସ୍ତୁ ଅପଲୋଡ୍ କରିବା ଉପରେ କଟକଣା ଜାରି

 

ବାଙ୍ଗଲାଦେଶରେ ଗୋଟିଏ ପରେ ଗୋଟିଏ ହିନ୍ଦୁ ହତ୍ୟା ଲାଗିରହିଛି। ଜନଗହଳି ସ୍ଥାନରେ ବିସ୍ଫୋରଣ।

 

ଥାଇଲାଣ୍ଡ ଓ କାମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାହେଲା। ଭାରତ ସରକାର ନିନ୍ଦାକଲେ।

 

ଗତବର୍ଷ ଏଇ ସମୟରେ

ସବୁ ପ୍ରାଥମିକ ସମବାୟ ସମିତିର ଖାତା ଅଡିଟ୍ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

 

ନବୀନ ଓ ନିତିଶଙ୍କୁ ଭାରତରତ୍ନ ଦିଆଯାଉ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ।

 

୨୦୨୫ ମାର୍ଚ୍ଚ ସୁଦ୍ଧା ଥାନା ଓ ଫାଣ୍ଡିରେ ସିସିଟିଭି କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 

ଆଜି ବୀର ବାଳ ଦିବସ

ଆଜି ବକ୍ସିଙ୍ଗ ଦିବସ

ଆଜି ବିଜେଡି ପ୍ରତିଷ୍ଠା ଦିବସ

 

ଆଜି ଜନ୍ମଦିନ: ଉଦ୍ଧମ ସିଂ, ନୌସାଦ ଅଲ୍ଲୀ, ବାବା ଆମତେ, ଦାଉଦ ଇବ୍ରାହିମ, ତାରକ ମେହେଟା

 

ଆଜି ତିରୋଧାନ: ମୋଗଲ ସମ୍ରାଟ ବାବର, ଶଙ୍କର ଦୟାଲ ଶର୍ମା, ମନମୋହନ ସିଂହ

 

ଇତିହାସରେ ଆଜି: (୧୯୦୪) ଦିଲ୍ଲୀ ମୁମ୍ବାଇ ରାସ୍ତାରେ ଦେଶର ପ୍ରଥମ କାର ରାଲି/ (୧୯୨୫) ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା/ (୧୯୭୮) ଇନ୍ଦିରା ଗାନ୍ଧୀ ଜେଲରୁ ବାହାରିଲେ/ (୧୯୯୭) ବିଜୁ ଜନତା ଦଳ ପ୍ରତିଷ୍ଠା/ (୨୦୦୪) ଭାରତୀୟ ମହାସାଗରରେ ସୁନାମି