April 27, 2026

ଗଜପତି ଜିଲ୍ଲାରେ ଦ୍ୱିତୀୟ ଦିନରେ ୫-ଟି ସଚିବ, ବୁଲିଲେ ବୁଦ୍ଧ ମନ୍ଦିର ପରିଦର୍ଶନ କଲେ

ef483b8b-2740-4435-ab88-4839ef9d139d
Share

ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ———ଆଜି ଦ୍ୱିତୀୟ ଦିନରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପଣ୍ଡିଆନ ସକାଳେ ଜିରାଙ୍ଗ ସ୍ଥିତ ଏସିଆର ଦ୍ୱିତୀୟ ବୃହତମ ବୁଦ୍ଧ ମନ୍ଦିର ବୁଲି ଦେଖିବା ସହ ବୁଦ୍ଧ ଧର୍ମାଲମ୍ବୀ ଙ୍କ ସହ ଆଲୋଚନା କରିଥିଲେ।ଏହା ପରେ ସ୍ଥାନୀୟ ମନ୍ଦିର ପରିସର ମଧ୍ୟରେ ଜଳଖିଆ ଖାଇସାରିବା ପରେ ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଂଚାୟତରେ ହେଉଥିବା ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଭିତ୍ତିଭୂମି ସହ ଟନେଲ କାର୍ଯ୍ୟ ପରିଦର୍ଶନ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।ଆଲୋଚନା ସମୟରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଅଶ୍ୱିନ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ନିର୍ବାହୀ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ ଙ୍କ ସମେତ ବିଭାଗର ଯନ୍ତ୍ରୀ, କର୍ମଚାରୀ, ଠିକା ସଂସ୍ଥାର ଅଧିକାରୀ, ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ରେ ସ୍ତାନୀୟ ଜନସାଧାରଣ ଙ୍କ ସହ ପ୍ରକଳ୍ପ ଏବଂ ନିଜ ନିଜର ସୁବିଧା ଅସୁବିଧା ସମାର୍କରେ ଆଲୋଚନା କରି ଗଜପତି ଜିଲାର ଗୁମ୍ମା ବ୍ଲକ ଅବିମୁଖେ ଯାତ୍ରା କରିଥିଲେ।