March 11, 2026

ବେଲପୁର ଗାଁରେ ତାଲାବନ୍ଦ ଘରୁ ଚୋରି, ପୋଲିସର ତଦନ୍ତ ଜାରି 

IMG-20251218-WA0126
Share

ବୁଗୁଡା : ତା ୧୮/୧୨/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ ବେଲପୁର ଗ୍ରାମରେ ମନୋଜ କୁମାର ରାଉତଙ୍କ ତାଲାବନ୍ଦ ଘରୁ ଚୋରି ହୋଇଥିବା ଜଣାଯାଇଛି। ପ୍ରକାଶ ଯେ, ବେଲପୁର ଗ୍ରାମର ମନୋଜ ରାୟଗଡାରେ ବ୍ଯବସାୟ କରି ରହୁଥିବା ବେଳେ ସପରିବାର ଗାଁକୁ ମାଣବସା ଗୁରୁବାର ପୂଜା କରିବାକୁ ଆସି ପୁଣି ଫେରି ଯାଇଥିଲେ। ତେବେ ମଙ୍ଗଳବାର ରାତିରେ କୌଣସି ଦୁର୍ବୃତ୍ତ ତାଙ୍କର ଘର ତାଲା ଭାଙ୍ଗି ଭିତରେ ପଶି ଆଲମାରୀରୁ ସୁନା ଓ ରୂପା ଅଳଙ୍କାର ସମେତ ଟଙ୍କା ଚୋରି କରି ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଖବର ପାଇବା ପରେ ମନୋଜ ଗାଁକୁ ଆସି ଚୋରି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।