March 8, 2026

ଅସ୍ତରଙ୍ଗ ହାଇସ୍କୁଲ ର ୧୯୮୦ମସିହା ମାଟ୍ରିକ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ l

IMG-20251218-WA0100
Share

 

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଞ୍ଚଳର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ, ଅସ୍ତରଙ୍ଗ ହାଇ ସ୍କୁଲ ର ୧୯୮୦ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ବୁଧବାର ଦିନ ଅସ୍ତରଙ୍ଗ ର ପିର ଯାହାନିଆ ବେଳା ଭୂମିରେ ମହା ଯାକ ଜମକରେ

ପାଳିତ ହୋଇ ଯାଇ ଅଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ୬୦ ଜଣ ପୁରାତନ ଛାତ୍ର ଛାତ୍ରୀ ଓ ତାଙ୍କର ପରିବାର ଯୋଗଦାନ କରିଥିଲେ l ବୟସର ଅପରାହ୍ନ ରହିଥିଲେ ମଧ୍ୟ, ପୁରାତନ ସାଙ୍ଗ ମାନେ, ନିଜ ନିଜର ମତ ବିନିମୟ କରି ତାଙ୍କର ସାଂସାରିକ ଜୀବନ କିପରି, ବର୍ତ୍ତମାନ ସୁଦ୍ଧା ଅତିବାହିତ କରିଛନ୍ତି, ସେ ବିଶୟରେ ସୂଚନା ପ୍ରଦାନ କରିବା ପରେ, ବାଦ୍ୟର ତାଳେ ତାଳେ ନାଚ ଗୀତର ଆସର ଜମିଥିଲା l ମାଛ, ଚିଙ୍ଗୁଡ଼ି, ଚିକିନ, ପନିଆର,, ବିଭିର୍ଣ୍ଣ କିସମର ପକଡା ସହ ବସୁମତୀ ରାଇସ ଓ ମସରୁମ ଆଦି ରୁଚିକର ଖାଦ୍ୟ ପେୟର ମେନୁ ରହିଥିଲା ଓ,ସମୁଦ୍ର କୁଳ ର ପରିବେଶ ଓ ପରି ଭ୍ରମଣ ମନମୁଗ୍ଧକର ରହିଥିଲା l ଏହି ସବୁ କାର୍ଯ୍ୟକ୍ରମ କୁ ଇଶ୍ୱର ମହାନ୍ତି, ହରିବନ୍ଧୁ ସ୍ୱାଇଁ, ମନୋରଞ୍ଜନ ଓଝା, ସୁକାନ୍ତ ସ୍ୱାଇଁ, ଅନୁପମା ନାୟକ,ମଞ୍ଜୁଷା ଦେଇ, ଦେବ ପରିଡା, ପ୍ରଦୀପ୍ତ ସ୍ୱାଇଁ, ଗିରିଧାରୀ ସେନାପତି ନୀଳିମା ମହାନ୍ତି, ଦୁଷ୍ମନ୍ତ ସ୍ୱାଇଁ, ବିଷ୍ଣୁ ଛୋଟରାୟ,ଆଦି ପୁରାତନ ଛାତ୍ର ଛାତ୍ରୀ ପରିଚାଳନା କରି ଥିଲେ l