March 10, 2026

ଭେଲିଡେଶନ ଏକ୍ଟ ୨୫ ବାତିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ

IMG-20251218-WA0091
Share

ଛତ୍ରପୁର ତା ୧୮/୧୨/୨୫(ଅରୁଣ କୁମାର ପଣ୍ଡା) ସର୍ବଭାରତୀୟ ରାଜ୍ୟ ପେନ୍ସନରସ ଫେଡେରେସନ ର ଆହ୍ଵାନ କ୍ରମେ ଗଞ୍ଜାମ ଶାଖା ଫେଡେରେସନ ଗତ ୧୭ତାରିଖ ପେନ୍ସନରସ ଦିବସ ସ୍ତାନୀୟ ଏନ. ଜି.ଓ ହଲ୍ ଠାରେ ପାଳନ କରାଯାଇଥିଲା l ପେନ୍ସନ ରସ ମାନେ ସମ୍ମାନ ସହ ଜୀବନ ଯାପନ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବାକୁ ଯୋଗଜନ୍ମା ଡି. ଏସ୍. ନାକରା ଙ୍କ ବଳିଷ୍ଟ ନେତୃତ୍ବରେ ମାନ୍ୟବର ସୁପ୍ରିମକୋର୍ଟ ୧୯୮୨ ଡିସେମ୍ବର ୧୭ ତାରିଖ ରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ l ପେନସନ ର କାହାର ଦୟାର ପାତ୍ର ନୁହେ ବା କୌଣସି ଅନୁଦାନ ନୁହେଁ. ଅତୀତ ର ସେବା ପାଇଁ ଏହା ଏକ ସରକାର ଙ୍କର ଏକ ନୈତିକ ଦାୟିତ୍ଵ ଅଟେ ବୋଲି ମତ ରଖିଥିଲେ l ବୃଦ୍ଧାବସ୍ଥା ରେ ସମ୍ମାନ ସହ ବଞ୍ଚିବାର ଅଧିକାର ଅଟେ l ଏହା ଦେଶର ହିତ ସାଧନ କରିଥିବା ସମସ୍ତ କର୍ମଚାରୀ, ସାମ୍ବାଦିକ ମାନଙ୍କୁ ପେନସନ ବ୍ୟବସ୍ତା କରିବା ପାଇଁ ଦାବି କରାଯାଇଥିଲା l

ଗତ ମାର୍ଚ୍ଚ ମାସର ଅର୍ଥ ବିଲ ପାରିତ ସମୟର ଭେଲିଡେ଼ଶନ ଏକ୍ଟ ବିଲ ଆଣି ପେନସନ ଭୋଗୀ ଙ୍କ ଅଧିକାର କୁ ସଙ୍କୁଚିତ କରିବା ପାଇଁ ଏକ ସହ ଜନ୍ତ୍ର କୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରି ଏକ ସ୍ମାରକ ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ, ବିତ୍ତ ମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏନ, ଜି, ଓ ହଲ୍ ଠାରୁ ମଟର ସାଇକେଲ ଏକ ରାଲି ରେ ବାହାରି ଛତ୍ରପୁର ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଯିବା ପାଇଁ ସ୍ଥିର କରାଗଲା l ଉକ୍ତ ରାଲିରେ ଗଞ୍ଜାମ ଜିଲ୍ଲା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚ ସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ଦଳାଇ, ଉପ ସଭାପତି ସୁବାଷ ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ମିହିର କାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ଜେନା, ସମୀର କୁମାର ଆଚାର୍ଯ୍ଯ କବିରାଜ ସାହୁ ସୋମନାଥ ସାହୁ ଅଶ୍ଵିନି କୁମାର ସାହୁ ,ଦେବେନ୍ଦ୍ର ନାଥ ସାହୁ, ଉଦ୍ଧବ ସାହୁ, ଦଣ୍ଡପାଣି ରେଡ୍ଡୀ,ନରେନ୍ଦ୍ର କୁମାର ପଣ୍ଡା,E କନ୍ୟା କୁମାରୀ, ମହାସଂଘ ସଦସ୍ୟ କାମ ରାଜୁ ମହାରଣା, ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ନେତୃତ୍ୱ ନେଇଥିଲେ l