March 8, 2026

ବାୟା ଅବଧୂତ କଲେଜ ରେ ମତ ଦାତା ସଚେତନତା ଓ ଭାବ ବିନିମୟ କାର୍ଯକ୍ରମ..

IMG-20251217-WA0081
Share

ତିର୍ତ୍ତୋଲ / ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ତିର୍ତ୍ତୋଲ ବ୍ଲକ ସ୍ଥିତ ବାୟା ଅବଧୂତ ମହାବିଦ୍ୟାଳୟ , କନିମୂଳ ରେ ନୂତନ ମତଦାତା ମାନଙ୍କୁ ମତ ଦାନ ବିଷୟରେ ସଚେତନ କରିବା ସହିତ ସେମାନଙ୍କ ସହିତ ଭାବ ବିନିମୟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସୁଚିନ୍ତିତ ମତଦାନ ଓ ନାଗରିକ ଅଧିକାର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ । ତିର୍ତ୍ତୋଲ ବ୍ଲକ ର ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଓ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟଜିତ ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭବିଷ୍ୟତ ଓ ବର୍ତ୍ତମାନ ର ବିକାଶରେ ମତଦାନ ର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ । କଲେଜ ର ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ରାଷ୍ଟ୍ର ବିକାଶ ରେ ଉପଯୁକ୍ତ ମତ ଦାନ ର ଗୁରୁତ୍ବ ଓ ଶତପ୍ରତିଶତ ସ୍ବେଛାକୃତ ମତଦାନ ର ଆବଶ୍ୟକତା ତଥା ସମ୍ବିଧାନର ଅନୁଛେଦ ୧୯, ୨୧ ଓ ୩୨୬ ବିଷୟରେ ଉଲ୍ଲେଖ କରିବା ସହିତ ଭାବ ବିନିମୟ କରିଥିଲେ । ବରିଷ୍ଠ ଶିକ୍ଷକ ତଥା ସିଆରସିସି ପ୍ରଣବ କୁମାର ସାହୁ , ଡେମୋନଷ୍ଟ୍ରେଟର ବିକାଶ ଚନ୍ଦ୍ର ମହାନ୍ତି,ସ୍ଥାନୀୟ ବୁଥ ଲେଭେଲ ଅଫିସର ସ୍ମୃତି ରେଖା ଖୁଣ୍ଟିଆ, ତିର୍ତ୍ତୋଲ ବ୍ଲକ ର ସଂଶ୍ଲିଷ୍ଟ କର୍ମଚାରୀ, ମତଦାନ ସହିତ ଜଡିତ ଆଂଚଳିକ ଲୋକ ପ୍ରତିନିଧି, ସ୍ବେଛାସେବୀ ଓ କଲେଜ ର କର୍ମଚାରୀ ମାନେ ଯୋଗ ଦେଇଥିଲେ। କଲେଜ ର ଏକାଡେମୀକ ବର୍ଷାର ପୁଷ୍ପକ କୁମାର କରଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଲୋକ୍ଟ୍ରୋଲ ଲିଟେରାସି ଇନ୍ ଚାର୍ଜ ଫକିର ଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।