ସାଗରଗୁଆଁ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ।

ବୋଲଗଡ଼,୧୭/୧୨(ଉପାନ୍ତ ଖବର):ବୋଲଗଡ଼ ଶିକ୍ଷା ବ୍ଲକ ଅଧିନସ୍ଥ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟର ପୁରାତନ ଶିକ୍ଷକ ଓ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରାତନ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବଳିଆରସିଂହ ସଭାପତିତ୍ବ କରିଥିଲେ। ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନର ସଫଳ ରୂପାୟନ ପାଇଁ ଉକ୍ତ ବୈଠକରେ ଆଲୋଚନା କରାଯାଇ ଥିଲା। ଉକ୍ତ ବୈଠକରେ ଆସନ୍ତା ୨୭.୧୨.୨୦୨୫ ରିଖ ଦିନ ୧୦ଘଣ୍ଟିକା ସମୟରେ ପୁରାତନ ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ପୁନଶ୍ଚ ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ନେଇଥିଲେ। ସମସ୍ତ ପୂରାତନ ଛାତ୍ର ଛାତ୍ରୀ ଯୋଗଦାନ କରିବାପାଇଁ ଅନୁରୋଧ କରିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
