April 29, 2026

୨ ମନ୍ତ୍ରୀ ଓ ୧୦ ବିଧାୟକ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଓ ଜିରାଙ୍ଗ ବୁଦ୍ଧ ମନ୍ଦିର ପରିଦର୍ଶନ କଲେ

IMG-20251216-WA0058
Share

ପାରଳାଖେମୁଣ୍ଡି-ରାଜ୍ୟର ୨ ମନ୍ତ୍ରୀ ଓ ୧୦ ଜଣ ବିଧାୟକ ଗଜପତି ଜିଲ୍ଲା ପରିଦର୍ଶନରେ ଆସି ଜିରଙ୍ଗ ବୁଦ୍ଧ ମନ୍ଦିର ଓ ଐତିହାସିକ ତଥା ପୌରାଣିକ ମହେନ୍ଦ୍ରଗିରି ବୁଲି ଦେଖିଥିଲେ।ସେମାନେ ବୁଦ୍ଧ ମନ୍ଦିରର ଲାମା ଗୁରୁଜୀଙ୍କୁ ସାକ୍ଷାତ କରି ବୁଦ୍ଧଂକ ଦର୍ଶନର ସାନ୍ନିଧ୍ୟ ଲାଭ କରିଥିଲେ।ସେହିଭଳି ମହେନ୍ଦ୍ରଗିରିରେ ଲକ୍ଷ୍ମୀ ବାବା ସମସ୍ତଙ୍କୁ ସ୍ୱାଗତ କରିବା ସହ ସ୍ଥାନୀୟ କୁନ୍ତୀ ମନ୍ଦିରରେ ରୁଦ୍ରାଭିଷେକ ପୂଜାରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ।ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଗଜପତି ଜିଲ୍ଲାରେ ପର୍ଯ୍ୟଟକମାନଙ୍କୁ ଆକ୍ରୁଷ୍ଟ କରିବାକୁ ଯଥା ସମ୍ଭବ ଚେ଼ଷ୍ଟା ଚାଲିଛି।ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ବିଧାୟକ ମାନଙ୍କ ମଧ୍ୟରେ ଏକାମ୍ରର ବାବୁ ସିଂ, ମହାକାଳପଡ଼ାର ଦୂର୍ଗା ପ୍ରସାଦ ନାଏକ, ବଡମ୍ୱାର ବିଜୟ ଦଳବେହେରା, ଖଣ୍ଡପଡାର ଦୁଷ୍ମନ୍ତ ନାଏକ,ନିଆଳିର ଛବି ମଲ୍ଲିକ,ଫୁଲବାଣୀର ଉମା ମଲ୍ଲିକ, ପାରଳାଖେମୁଣ୍ଡିର ରୁପେଶ କୁମାର ପାଣିଗ୍ରାହୀ,ବୌଦ୍ଧର ସରୋଜ ପ୍ରଧାନ, କବିସୂର୍ଯ୍ୟନଗରର ପ୍ରତାପ ନାଏକ ଏବଂ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନିଳମଣୀ ବିଷୋୟୀ ଏହି ପରିଦର୍ଶନ ଦଳରେ ଆସିଥିଲେ।ସ୍ଥାନୀୟ ଲୋକମାନେ ଏହି ନିର୍ବାଚିତ ପ୍ରତିନିଧି ମାନଂକ ଭବ୍ୟ ସ୍ୱାଗତ କରିଥିଲେ।ତଥା ନିଜ ଜିଲ୍ଲାର ବିଧାୟକ ହିସାବରେ ପାରଳାଖେମୁଣ୍ଡି ବିଧାୟକ ସମସ୍ତଙ୍କୁ ବ୍ୟକ୍ତିଗତ ସମ୍ୱର୍ଦ୍ଧନା ଓ ସମ୍ମାନ ଜଣାଇଥିଲେ।ଜିଲ୍ଲା ପ୍ରଶାସନ ତରଫରୁ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

You may have missed