March 8, 2026

ଉମରକୋଟ ଅଞ୍ଚଳରେ ପ୍ରବଳ ଥଣ୍ଡା ଜନ ଜୀବନ ଅସ୍ତବ୍ୟସ୍ତ………..

IMG-20251216-WA0028
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଡିସେମ୍ବର ମାସର ୧୫ ଦିନ ପୁରିଲାଣି । ଫଳରେ ଧୀରେ ଧୀରେ ରାଜ୍ୟରେ ଶୀତର ତାଉ ବଢିବାରେ ଲାଗିଛି । କାଲୁଆ ପବନ ଜନଜୀବନ କୁ କଲବଲ କରିଦଉଛି ।ଉମରକୋଟ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । ଏଭଳି ସ୍ଥିତିରେ ଶୀତ ଲହରୀ ଆହୁରି ବୃଦ୍ଧି ପାଇବ ବୋଲି ଆଳକନ କରିଛି ପାଣିପାଗ ବିଭାଗ । ଆହୁରି ସପ୍ତାହେ ପ୍ରବଳ ଥଣ୍ଡା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ରାଜ୍ୟର ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପାରଦ ଖସିବା ଯୋଗୁଁ ଶୀତର ପ୍ରଭାବ ବୃଦ୍ଧି ପାଇଛି ।ଉମରକୋଟ ଅଞ୍ଚଳ ଅପରାହ୍ନ ୬ଟା ପରେ ଘରୁ ଗୋଡ଼ କାଢ଼ିବାକୁ ଇଚ୍ଛା ହେଉ ନାହିଁ। ବାହାରକୁ ଯିବା ପାଇଁ ଜାଡ଼ ମନା କରୁଛି। ସକାଳ ୯ଟା ଯାଏ ସମାନ ଅବସ୍ଥା ଲାଗିରହୁଛି। ପ୍ରବଳ ଶୀତରେ ଥରୁଛି ଉମରକୋଟ ସହର । ଶୀତର ପ୍ରକୋପ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ପ୍ରବଳ ଥଣ୍ଡାରେ ଲୋକେ ବାହାରକୁ ଯିବା କଷ୍ଟକର ହୋଇପଡ଼ିଥିବା ବେଳେ ଉମରକୋଟ ଅଞ୍ଚଳରେ ଥିବା ବଣ ପାହାଡ଼ ଘେରା ଗ୍ରାମ ଗୁଡ଼ିକରେ ଅଧିକ ଥଣ୍ଡା ହେଉଥିବା ଲୋକମାନେ ଅନୁଭବ କରୁଛନ୍ତି।ଉମରକୋଟ ଅଞ୍ଚଳରେ ଏବେ ଶୀତ ପସରା ମେଲିଛି। ଶୀତେଇ ଉଠିଛି ଗ୍ରାମ ଠାରୁ ସହର ସବୁ ଅଞ୍ଚଳ।ଉମରକୋଟ ଅଞ୍ଚଳର ଆଦିବାସୀଙ୍କ ଜୀବନ ଧାରଣ ଅନ୍ୟ ଠାରୁ କିଛିଟା ଅଲଗା। ଏବେ ଏ ଅଞ୍ଚଳକୁ ଶୀତ କଷ୍ଟ ସତ୍ତ୍ୱେ ଲୋକେ ଉପଭୋଗ କରୁଥିବା ଦେଖାଯାଉଛି। ଗାଁ ଗାଁରେ ସକାଳ ଓ ସନ୍ଧ୍ୟାରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ କାଠ ଜାଳି ନିଆଁର ସାହାରା ନେଉଥିବା ଦେଖିବାକୁ ମିଳୁଛି।