ଆଜିର ଖବର…
ରାଜ୍ୟରେ ଆସନ୍ତା ୭ ଦିନ ପ୍ରବଳ ଶୀତ ଲାଗି ରହିବ ବୋଲି ପାଣିପାଗ ଆକଳନ।
ଶିଶୁ କର୍କଟ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନର ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେଲା
ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ହେବ। ଭିସା ପାଇଁ ଆଉ ଅନ୍ୟ ମେଟ୍ରୋ ସହରକୁ ଯିବାକୁ ପଡ଼ିବ ନାହିଁ
ଓଟିଇଟି ପରୀକ୍ଷା ହେବ କାଲି। ୨୨ ହଜାର ୯୭୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ପରୀକ୍ଷା ଦେବେ। ସମୟ ଅପରାହ୍ନ ୨ଟାରୁ ୪.୪୦।
ବର୍ଷ ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ, ରବିବାରକୁ ଛାଡ଼ି ରହିଛି ୮୨ ଟି ଛୁଟି ଦିବସ।
ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର।
କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି ବଢ଼ିଲା। ଶେଷ ତାରିଖ ହେଉଛି ଡିସେମ୍ବର ୨୦ ତାରିଖ।
ରାଜ୍ୟ ଗଣଶିକ୍ଷା ବିଭାଗର ଦାୟିତ୍ୱ ହୀନତା। ଶିକ୍ଷାବର୍ଷ ସରିଗଲା, କିନ୍ତୁ ବହି କି ପୋଷାକ ମିଳିଲା ନାହିଁ।
ଗୋଟିଏ ମାସରେ ୧୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ନିଶା ଦ୍ରବ୍ୟ ଜବତ, ଗିରଫ ହେଲେ ୪୦ ଜଣ। ୧୦ ଜଣଙ୍କ ବିରୋଧରେ ଲାଗିଛି ଏନଏସଏ।
ଟାଟା ପାୱାରର ଦାଦାଗିରି। ଜବରଦସ୍ତି କରି ଅତିରିକ୍ତ ସିକ୍ୟୁରୀଟି ଟଙ୍କା ମାଗି ବୁଲୁଛନ୍ତି।
କଂଗ୍ରେସରେ ନେତୃତ୍ୱ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବିଶୃଙ୍ଖଳା କରିବାରୁ ସୋଫିଆ ଫିର୍ଦ୍ଦୋଶଙ୍କ ବାପା ମହମ୍ମଦ ମୋକିମ ଦଳରୁ ତଡା ଖାଇଲେ।
ଭୁବନେଶ୍ୱରରେ ଲଜ୍ଜ୍ୟା। ଧଉଳି ପାଖରେ ନାବାଳିକାଙ୍କୁ ଦୟାନଦୀ କୂଳକୁ ନେଇ, ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣଦୁଷ୍କର୍ମ, ମାଡ ମାରିଲେ ଓ ଲୁଟିଲେ ଦଳେ ଯୁବକ।
ବିପର୍ଯ୍ୟସ୍ତ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ଟୋକନ୍ ଅବ୍ୟବସ୍ଥା ପାଇଁ ଡିସେମ୍ବର ୧୯ରେ ଚାଷୀଙ୍କ ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା
ବଲାଙ୍ଗୀର ଜିଲ୍ଲାରେ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ପାଚେରୀ ବିନା ବର୍ଷାରେ ଭାଙ୍ଗିଗଲା। ମରାମତି ପାଇଁ ଦାବୀ।
ପୁରୀ ବ୍ରହ୍ମଗିରିରେ କେନାଲ ଖୋଳାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ମୁଁହାମୁହିଁ, ୪୦ ଜଣକୁ ଗିରଫ କଲା ପୋଲିସ।
ସାତଦିନ ପରେ ମାଲକାନଗିରିରେ ଇଣ୍ଟରନେଟ ସେବା ସ୍ବାଭାବିକ ହେଲା।
ଚାକିରୀ ଦେବା ଆଳରେ ଯୁବକ ଯୁବତୀଙ୍କୁ ଠକୁଥିବା ବିହାରର ଆସାମୀ ଗୌତମ କୁମାର ଗିରଫ ହେଲା।
ସୁନ୍ଦରଗଡ଼ ଜିଲ୍ଲା ସବଡେଗା କରମଡିହି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ବୌଦ୍ଧ ଜିଲ୍ଲା ମାଧପୁର ଫରେଷ୍ଟ ରେଞ୍ଜରୁ ଚିତା ବାଘ ଛାଲ ଜବତ। ଘଟଣାରେ ଜୟ ନାୟକ ନାମକ ଅଭିଯୁକ୍ତ ଗିରଫ
ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳରେ ଯୁବତୀଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ଯୁବକ, ନିଜେ ବିଷ ପିଇ ଗୁରୁତର।
ମୟୂରଭଞ୍ଜ ଜିଲ୍ଲାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଥିବା ବେଳେ ସୀମାନ୍ତ ପ୍ରବେଶ ପଥ ମୁକୁଳା। ଖଣିଜ ଚୋରା ଚାଲାଣ ସହ ଅପରାଧିକ କାର୍ଯ୍ୟକଳାପ ବଢୁଛି।
ଝାଡଖଣ୍ଡ ସରଣ୍ଡା ଜଙ୍ଗଲରେ ଦୁଇଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଦୁଇ କୋବ୍ରା ଯବାନ ଆହତ, ଏୟାରଲିଫ୍ଟ କରାଗଲା।
ଟ୍ରେଡ଼ମିଲରେ ୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ
‘ମନରେଗା’ ଯୋଜନା ପ୍ରତ୍ୟାହାର ହୋଇ ନୂଆ ନାମ ହେବ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଓ ଆଜୀବିକା ମିସନ, ଗ୍ରାମୀଣ ଲାଗୁ ହେବ। ଗାନ୍ଧୀଙ୍କ ନାମ ହଟାଯିବ
ଦିଲ୍ଲୀ ପ୍ରଦୂଷଣ ସାଂଘାତିକ ସ୍ତରରେ। ୨୨୮ ବିମାନ ବାତିଲ, ୪୦୦ ବିମାନର ଚଳାଚଳ ବିଳମ୍ବ। ସୁପ୍ରିମକୋର୍ଟଙ୍କ ଉଦ୍ବେଗ
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ୨୫ଟି ଗାଡ଼ି ପରସ୍ପର ସହିତ ଧକ୍କା, ଚାଲିଗଲା ୪ଜଣଙ୍କ ଜୀବନ
ସୁନା ଦାମ ଏକ ଲକ୍ଷ ୩୫ହଜାର ଟପିଲା, ରୂପା ଦାମରେ ୫ହଜାର ଟଙ୍କା ବଢ଼ିଲା।
ୟୁପିଏସସି ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନୌସେନା ଏକାଡେମୀ ପରୀକ୍ଷା ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ହେଲା
ଅଷ୍ଟ୍ରେଲିଆ ବଣ୍ଡି ବିଚ୍ ଆକ୍ରମଣର ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି। ୧୯୯୮ରେ ଛାତ୍ର ଭିସାରେ ଅଷ୍ଟ୍ରେଲିଆ ଯାଇଥିଲା ଆତଙ୍କବାଦୀ
*ଗତବର୍ଷ ଏଇ ସମୟରେ*
ରାଜ୍ୟର ପ୍ରତି ପଞ୍ଚାୟତରେ ୱେଲନେସ୍ ସେଂଟର ହେବ ବୋଲି କହିଥିଲେ ସରକାର
ଦେଶର ଉପରେ ଋଣଭାର ଦୁଇଲକ୍ଷ କୋଟି ଟପିଥିଲା। ପ୍ରତି ଭାରତୀୟଙ୍କ ମୁଣ୍ଡଉପରେ ଦେଢ଼ ଲକ୍ଷ ଟଙ୍କାର ଋଣ ବୋଝ ପଡିଲା
ଢ଼େଙ୍କାନାଳରେ ଓଡ଼ିଶାର ପ୍ରଥମ ସୋଲାର ଏନର୍ଜି କାରଖାନାର ଭୂମି ପୂଜନ ହୋଇଥିଲା
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ
=================
ଆଜି ବିଜୟ ଦିବସ
ବାହାରିନ ଜାତୀୟ ଦିବସ
କାଜାଖସ୍ଥାନ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ସ୍ୱାମୀ ଶିବାନନ୍ଦ, ଏଚ.ଡି. କୁମାରସ୍ୱାମୀ, ହାୱା ସିଂ (ମୁଷ୍ଟିଯୋଦ୍ଧା)
ଆଜି ତିରୋଧାନ: ପରମବୀର ଚକ୍ର ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ
ଇତିହାସରେ ଆଜି: (୧୯୭୧) ପାକିସ୍ତାନ ସହ ଯୁଦ୍ଧରେ ଭାରତ ବିଜୟୀ, ବାଙ୍ଗଲାଦେଶ ତିଆରି/ (୧୯୭୧) ପାକିସ୍ତାନରୁ ଅଲଗା ହେଲା ବାଙ୍ଗଲାଦେଶ (୧୯୨୭)/ ବ୍ୟାଟ୍ସମ୍ୟାନ ଡ଼ନ ବ୍ରାଡମ୍ୟାନ ପ୍ରଥମ କ୍ରିକେଟ ମ୍ୟାଚ ଖେଳିଲେ/ (୧୯୫୧) ହାଇଦ୍ରାବାଦରେ ସାଲାର ଜଙ୍ଗ ମ୍ୟୁଜିୟମ ପ୍ରତିଷ୍ଠା ହେଲା/ (୨୦୦୪) ଦେଶରେ ଡ଼ିଡ଼ି ଫ୍ରି ଡିସ ସେବା ଆରମ୍ଭ/ (୨୦୧୨) ଦିଲ୍ଲୀରେ ନିର୍ଭୟା ଗଣ ନିର୍ଯ୍ୟାତନା ଓ ହତ୍ୟା
=================
*ବନ୍ଦେ ଉତ୍କଳ ଜନନୀ*
