April 24, 2026

ଇତିହାସ ବିଭାଗ ପକ୍ଷରୁ ପାଠଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

WhatsApp Image 2025-12-13 at 7.59.24 PM
Share

ସ୍ଥାନୀୟ ପିପୁଲ୍ସ କଲେଜର ଇତିହାସ ବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ଏକ ପାଠଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଓ ପ୍ରଶାସନିକ ଅଧିକାରୀ ଡ.ପ୍ରଦୀପ କୁମାର ଦାଶ ଯୋଗ ଦେଇ ପାଠଚକ୍ରର ଶୀର୍ଷକ “ଦୟାନନ୍ଦ ସରସ୍ବତୀ ଓ ଆର୍ଯ୍ୟ ସମାଜ” ସମ୍ପର୍କେ ଆଲୋକପାତ କରିଥିଲା ବେଳେ ଛାତ୍ରୀ ବର୍ଷାରାଣୀ ଦାଶ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏ ଅବସରରେ “ଦକ୍ଷିଣ ଓଡ଼ିଶାର ଲୋକ ସଂସ୍କୃତି” ସମ୍ବନ୍ଧରେ ଗବେଷଣା କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିବା ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରଶ୍ମିତା କୁମାରୀ ପଟ୍ଟନାୟକଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ଯକ୍ରମର ପରିଶେଷରେ ଅଧ୍ଯାପିକା ସସ୍ମିତା କୁମାରୀ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ