April 27, 2026

ପୁରୀବାସୀ ଜିଲ୍ଲା ଏସପିଙ୍କୁ ସମ୍ବୋର୍ଦ୍ଧିତ କରିବା ସହିତ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା

IMG-20251211-WA0001
Share

 

ଆଜି ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ପରିସରରେ ପୁରୀର ନୂତନ ଭାବେ ଦାୟିତ୍ୱ ନେଇଥିବା ଏସପି ପ୍ରତିକ ସିଂ ଙ୍କୁ ପୁରୀବାସୀଙ୍କ ପକ୍ଷରୁ ସମ୍ବୋର୍ଦ୍ଧିତ କରାଯାଇଥିବା ବେଳେ ପୁରୀ ସହରରେ ବଢୁଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ସହିତ ନିଶା ସେବନକୁ ବନ୍ଦ କରିବାପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଇଞ୍ଜିନିଅର ରାଜେଶ ମିଶ୍ର, ସମାଜସେବୀ ହେକ୍ଟର ମିଶ୍ର ଙ୍କ ସହିତ ପୁରୀଜିଲ୍ଲାର ବିଶିଷ୍ଟ ବ୍ୟକ୍ତିତ୍ୱ, ସମାଜସେବୀ, ସାମ୍ବାଦିକ, ଡାକ୍ତର, ଆଡଭୋକେଟ, ସହରର ବିଶିଷ୍ଟ ବୁଦ୍ଧିଜୀବୀ ମାନେ ଅଂଶଗ୍ରହଣ କରି ପୁରୀକୁ ଏକ ଶାନ୍ତ ପରିବେଶ ସୃଷ୍ଟି କରିବା ପାଇଁ ଏସପିଙ୍କୁ ନିବେଦନ କରିଥିଲେ l ମୁଁ ପୁରୀରେ ଯେତେଦିନ ଅଛି ପୁରୀକୁ ଏକ ଶାନ୍ତ ସହର ଭାବରେ ବିଶ୍ୱରେ ପରିଚିତ କରାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା ଜାରି ରଖିଛି ଏବଂ ରଖିବି ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ଏସପି ପ୍ରତିକ ସିଂ l ପରେପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସମ୍ବୋର୍ଦ୍ଧନା ଦିଆଯାଇଥିଲା ଏସପିଙ୍କୁ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l