April 24, 2026

ଗଜପତି:- ଜିଲ୍ଲାସ୍ତରୀୟ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ

IMG-20251206-WA0045
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଆଜି ଗଜପତି ଜିଲ୍ଲା ଗୃହରକ୍ଷୀ ବାହିନୀ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ୟାରେଡ ଦଳ ପରିଦର୍ଶନ ଓ ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ଗୃହରକ୍ଷୀ ବାହିନୀ ଓ ପ୍ୟାରେଡ଼ ଦଳକୁ ଉଦବୋଧନ ଦେଇ କହିଥିଲେ ଯେ , ଗୃହରକ୍ଷୀ ବାହିନୀ ସବୁ କ୍ଷେତ୍ରରେ ପୋଲିସକୁ ସାହାଯ୍ୟ ଓ ସହଯୋଗ କରୁଥିବା ଭୂମିକା ଯଥେଷ୍ଟ। ଆଭ୍ୟନ୍ତରୀଣ ନିରାପତ୍ତା ଦିଗରେ ସହାୟକ ହେବା ସହ ବନ୍ୟାବାତ୍ୟା ଓ ମହାମାରୀ ଭଳି ଦଇବ ଦୁର୍ବିପାକ ବେଳେ ଏବଂ ଘରପୋଡି ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ନିରବଚ୍ଛିନ୍ନ ସେବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଆସୁଛନ୍ତି। ଆଗାମୀ ଦିନ ମାନଙ୍କରେ ଗୃହରକ୍ଷୀ ମାନେ ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖିବାକୁ ଆହ୍ବାନ କରି କର୍ତ୍ତବ୍ୟରତ ଥିବା ସମୟରେ ଯେଉଁ ଗୃହରକ୍ଷୀ ମାନେ ଦେଶ ମାତୃକାର ସେବାରେ ନିଜର ପ୍ରାଣବଳୀ ଦେଇ ଶହୀଦ ହୋଇଛନ୍ତି , ସେମାନଙ୍କ ସ୍ମୃତି ଚାରାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସେମାନଙ୍କ ପ୍ରତି ଶ୍ରଦ୍ଧା-ସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ମହାମାନ୍ୟ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଏବଂ ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗ ମହାନିର୍ଦ୍ଦେଶକ’ଙ୍କ ପଠାଇଥିବା ବାର୍ତ୍ତା ପାଠ କରିଥିଲେ ।

ଗୃହରକ୍ଷୀ ବାହିନୀ ର ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ୪ ଜଣ ଗୃହରକ୍ଷୀ ଙ୍କୁ ଜିଲ୍ଲାସ୍ତରରେ ସେମାନଙ୍କ ଉତ୍ତମ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ନଗଦ ଅର୍ଥରାଶି ପୁରସ୍କାର ସମେତ ମାନପତ୍ର ପ୍ରଦାନ କରିଥିଲେ ।

ଗୃହରକ୍ଷୀ ବାହିନୀ ର ୪ ଟି ସଶସ୍ତ୍ର ପ୍ୟାରେଡ଼ ଦଳକୁ ପରିଚାଳନା କରିଥିଲେ ଫାଷ୍ଟ କମ୍ପାନୀ କମାଣ୍ଡର ଶ୍ରୀ ରାଜୁ ପାଡ଼ାଲ ଏବଂ ଦ୍ଵିତୀୟ କମ୍ପାନୀ କମାଣ୍ଡର ଶ୍ରୀ ବଂଶୀଧର ନାୟକ ।

ଏହି କାର୍ଯ୍ୟକ୍ରମରେ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ , ଅବସରପ୍ରାପ୍ତ ଗୃହରକ୍ଷୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–