April 24, 2026

କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ !

IMG-20251204-WA0102
Share

ତିର୍ତ୍ତୋଲ ::-ତା 4/12 /2025 ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଗତ ବୁଧବାରଦିନ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ ଯୋଗୁଁ ଶହଶହ ରୋଗୀ ଆଶୁଚିକିତ୍ସା ରୁ ବଞ୍ଚିତ ହୋଇ ନିରାଶ ହେବାକୁ ପଡିଛି l ଯେଉଁ ଫାର୍ମାସିଷ୍ଟ ଦୀର୍ଘ ବର୍ଷବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିଲେ, କେତେକ ଜନପ୍ରତିନିଧି ଙ୍କ ମିଥ୍ୟା ଆରୋପ କୁ ଭିତ୍ତିକରି ତାଙ୍କୁ ବଦଳି ଓ ପରେପରେ ନିଲମ୍ବିତ କରାଯାଇଥିବାରୁ ସ୍ଥାନୀୟଅଞ୍ଚଳ ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି l ସ୍ଥାନୀୟ ଅଧିବାସୀ ମାନେ ଏହି ଘଟଣା ର ନିରପେକ୍ଷ ତଦନ୍ତ ଓ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ, ଜିଲ୍ଲା ସି ଡି ଏମ ଙ୍କ କାର୍ଯ୍ୟାଳୟ ରେ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ ବିପରିତ ଫଳ ଦେଖିବାକୁ ମିଳୁଛି l ଯାହାଫଳରେ ଆଗାମୀ ଦିନରେ ଏହା ଏକ ଜନଆନ୍ଦୋଳନ ର ରୂପ ନେବାକୁ ଯାଉଛି l ପ୍ରତିଦିନ ଏଠାକୁ ଆସୁଥିବା ଶତାଧିକ ରୋଗୀ, ରୋଗସେବା ରୁ ବଞ୍ଚିତ ହୋଇ ଫେରି ଯାଉଛନ୍ତି l ଦୀର୍ଘ ଏକ ମାସରୁ ଉର୍ଧ୍ଵ ସମୟ ଧରି ଏହି ଅନିୟମିତତା ଲାଗି ରହିଥିବାରୁ ରୋଗୀସେବା ଠପ ହୋଇଯାଇଛି l ସବୁଠୁଁ ବିସ୍ମୟର କଥା ହେଉଛି, ପୂର୍ବରୁ ବହୁ କେଲେଙ୍କାରି ରେ ଜଡିତ ଥିବା ଡାକ୍ତର ଙ୍କୁ କେବଳ ବଦଳି କରିଦେଇ, ସ୍ୱାସ୍ଥ୍ୟବିଭାଗ ଚୁପ ହୋଇ ବସିପଡ଼ିଛି l ତେବେ ଯେଉଁ ଅଘଟଣ ପାଇଁ ଉତ୍ତମସେବା ଯୋଗାଇ ଆସୁଥିବା ଫାର୍ମାସିଷ୍ଟ ଙ୍କୁ ନିଲମ୍ବିତ କରାଗଲା, ସେଥିପାଇଁ ଏହାର ଉତ୍ତରଦାୟୀ ତଥା ମୁଖ୍ୟଅଭିଯୁକ୍ତ ଡାକ୍ତର ପଙ୍କଜ କୁମାର ଚାନ୍ଦ ଉପରେ କାହାସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ସୂଚନା ଯୋଗ୍ୟ ଡ଼ ଚାନ୍ଦ ତାଙ୍କର ଚାକିରୀ ଜୀବନ ଆରମ୍ଭରୁ ଲଗାଦାର ଭାବରେ ନା ନା ପ୍ରକାର ବିଶୃଙ୍ଖଳା ସୃଷ୍ଟିକରିଆସୁଥିଲା ବେଳେ ସ୍ୱାସ୍ଥ୍ୟବିଭାଗ ର ଉଚ୍ଚପଦାଧିକାରୀ ମାନେ ତାଙ୍କୁ ଘଣ୍ଟ ଘୋଡାଇ ରଖୁଥିବାରୁ ସେ ଯେଉଁଠି କି ଗଲେ ସେଠାରେ ମଧ୍ୟ ଜନଅସନ୍ତୋଷ ଦେଖାଯାଉଛି l ତେବେ ଜିଲ୍ଲାପାଳ ଓ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟବିଭାଗ ଏହାର ଉଚ୍ଚସ୍ତରୀୟ ତଦନ୍ତକରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା