September 13, 2026

କୁଞ୍ଜ ବିହାରୀ ମଠରେ ଶ୍ରୀରାଧା କୃଷ୍ଣଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ।

IMG-20251201-WA0137
Share

 

ବୋଲଗଡ଼,୦୧/୧୨(ଉପାନ୍ତ ଖବର): ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ସ୍ଥିତ କୁଞ୍ଜବିହାରୀ ମଠ ପ୍ରାଙ୍ଗଣରେ ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଗତ ୨୭ ତାରିଖରେ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିବା ବେଳେ ୨୮ ତାରିଖରେ ଜଳଯାତ୍ରା, ଅଗ୍ନିସ୍ଥାପନ,ନୂତନ ବିଗ୍ରହ ଧାନ୍ୟାଗାର, ୨୯ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ଶାଳପୂଜା, ଅଗ୍ନିପୂଜା, ଦେବତାମାନଙ୍କ ମହାସ୍ନାନ , ଆଧ୍ଯାତ୍ମିକ ରାମାୟଣ ସୁନ୍ଦରାକାଣ୍ଡ,ଓ ଶୟନ ନୀତି ସଂପନ୍ନ କରାଯାଇଥିଲା,ଆଜି ସୋମବାର ସକାଳେ ସୂର୍ଯ୍ୟପୂଜା, ଗୋପୂଜା ଆଦି କରାଯିବା ପରେ ଅପରାହ୍ନରେ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା, ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା। ପଣ୍ଡିତ ପ୍ରସନ୍ନ ରଥ ପଣ୍ଡିତ ରମେଶ ଚନ୍ଦ୍ର କର ଆଶିଷ କୁମାର କର ବାପି ମିଶ୍ର ପ୍ରମୁଖ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ତୁଳାଇଥିବା ବେଳେ କର୍ତ୍ତା ଭାବେ ଗୋପୀନାଥ ପଣ୍ଡା ଓ ତାଙ୍କ ପତ୍ନୀ ଚନ୍ଦ୍ର ପ୍ରଭା ପଣ୍ଡାଦାୟିତ୍ୱ ତୁଲାଇଥିଲେ। ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସହ ଅସରଳା ଗ୍ରାମବାସୀଙ୍କ ସମେତ ମଠର ମହନ୍ତ ମଦନମୋହନ ଦାସଜୀ ମହାରାଜ ସହ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ତୁଳାଇଥିଲେ।ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ଯବସ୍ଥା ହୋଇଥିଲା

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।