ଭୀମପଡା ଗ୍ରାମରେ କୁରାଳ ପଞ୍ଚମୀ ପୂଜା ଉଦଯାପିତ

IMG-20251128-WA0045
Share

 

 

ବୋଲଗଡ,୨୮/୧୧(ଉପାନ୍ତ ଖବର):ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମପଡା ଗ୍ରାମରେ କୁରାଳ ପଞ୍ଚମୀ କମିଟି ଆନୁକୂଲ୍ୟରେ ୩ ଦିନ ଧରି କୁରାଳ ପଞ୍ଚମୀ ପୂଜା ଉତ୍ସବ ସମାରୋହ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି l ପ୍ରଥମ ଦିବସରେ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇ ବରିଷ୍ଠ ପୂଜକ ଦେବବ୍ରତ ହୋତାଙ୍କ ଦ୍ୱରା ସୂର୍ଯ୍ୟ ପୂଜା,ଗୋ ପୂଜା,ସମସ୍ତ ଦେଵାଦେବୀ ପୂଜା ଓ ହୋମ ଯଜ୍ଞ କାର୍ଯ୍ୟ କରାଯାଇଥିଲା l ଏହି ହୋମ ଯଜ୍ଞ କାର୍ଯ୍ୟରେ ମୁଖ୍ୟ କର୍ତ୍ତାଭାବେ ପର୍ଶୁରାମ ମଦୁଲି ଯୋଗଦେଇ ଭୀମପଡା ଗ୍ରାମ ସମେତ ବିଶ୍ୱର କଲ୍ୟାଣ ନିମନ୍ତେ ହୋମଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ଭୀମପଡା,ଟାଙ୍ଗୀସାହି,କଳାମାଟିଆ,କୋଟପଲ୍ଲା,ଦୀଘିରି,କୁସୁପଲ୍ଲା,ଦିବ୍ୟାସିଂହପୁର ଗ୍ରାମ ଗୁଡ଼ିକରୁ ମାନସିକ ବହୁ ଶ୍ରଦ୍ଧାଳୁ ଭକ୍ତ ଓ ଭକ୍ତାମାନେ ନିଜ ପରିବାରର ମଙ୍ଗଳ ପାଇଁ ହୋମ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ l ଭୀମପଡା ଗ୍ରାମର କୁମ୍ଭକାର ପରିବାର ମାନେ ଉତ୍ସlହର ସହ କୁରାଳ ପଞ୍ଚମୀ ପାଳନ କରିଅଛନ୍ତି l ଏହି ଉତ୍ସବ ଉପଲକ୍ଷେ ପ୍ରତି କୁମ୍ଭାକାରମାନଙ୍କ ଘରେ ଘରେ ପିଠା ପଣା,ପୂଜାର୍ଚନା ଓ ଚକ ପୂଜା,ମୁଆଁ,ଓଢଣୀ ଲାଗି ଚିତ୍ତଉ ପିଠା ଓ ଦହି ପଖାଳ ଆଦି ନାନାଦି ଭୋଗରାଗ କରାଯାଇଥାଏ।ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରୁ ସପ୍ତମୀ ତିଥି ପର୍ଯ୍ୟନ୍ତ ୩ଦିନ ଧରି କୁମ୍ଭକାରମାନେ ପବିତ୍ର କୁରାଳ ପଞ୍ଚମୀ ଉତ୍ସବ ପାଳନ କରିଥାନ୍ତି l ଏହି ଉତ୍ସବରେ କୁମ୍ଭାର ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ନୃତନ ବସ୍ତ୍ର ପରିଧାନ କରି ଆନନ୍ଦ ତଥା ସନ୍ତୋଷ ମନରେ ପବିତ୍ର କୁରାଳ ପଞ୍ଚମୀଙ୍କୁ ମନଭରୀ ଉପଭୋଗ କରିଥାନ୍ତି ଏବଂ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ଦେବୀଙ୍କୁ ପୂଜାର୍ଚନା କରିଥାନ୍ତି l ଏହି ଉତ୍ସବରେ ବିଭିନ୍ନ କଳାକାର ମାନଙ୍କ ଦ୍ୱରା ରାମ ନାଟକ ଓ ଭଜନ କୀର୍ତ୍ତନ କରାଯାଇଥିଲା l ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶତାଧିକ ଦର୍ଶକ ମନଭରି ଉପଭୋଗ କରିଥିଲେ l

 

ରିପୋର୍ଟ-ସୁଶାନ୍ତ କୁମର ପ୍ରଧାନ।

You may have missed