March 12, 2026

ବିଧାନସଭା ରେ ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ…

IMG-20251127-WA0071
Share

 

ଭୁବନେଶ୍ଵର ( ଦେବାଶିଷ ଦାଶ )

 

ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନଟି ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଦୀର୍ଘ ୭୫ ବର୍ଷର ଓଡ଼ିଶା ବିଧାନ ସଭାର ଇତିହାସରେ ପ୍ରଥମ ଥର ପାଇଁ ଆଜି ଆମ ଦେଶର ପ୍ରଥମ ନାଗରିକ, ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧନ କରିବା ସହିତ ବିଧାୟକ ସମସ୍ତଙ୍କୁ ମାର୍ଗଦର୍ଶନ କରିବା ଏକ ଐତିହାସିକ ଅବସର ବୋଲି କହିଛନ୍ତି ।

ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଏହି ପବିତ୍ର ଗୃହର ନୀତି ଆଦର୍ଶକୁ କେବଳ ମାର୍ଗଦର୍ଶନ କରିବ ନାହିଁ, ବରଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅଦମ୍ୟ ଭାବନାକୁ ପ୍ରୋତ୍ସାହିତ କରିବ । ଶାନ୍ତି, ମୈତ୍ରୀ, ସମତା ଓ ସଦ୍‌ଭାବନାକୁ ନେଇ, ଏକତାର ମନ୍ତ୍ରରେ ଚିରସ୍ଥାୟୀ ଭାବରେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ, ଏ ବିଶ୍ୱାସ ଆମମାନଙ୍କର ଅଛି । ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ଓ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ଗଠନ ଦିଗରେ ଓଡ଼ିଶାର ଅବଦାନ ପାଇଁ ମାର୍ଗଦର୍ଶନ କରିବ ବୋଲି ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି।