March 12, 2026
ajiro khabar
Share

 

 

୧-SC/ST ପିଲାଙ୍କ ଲାଗି ବିଦେଶ ଶିକ୍ଷା ବୃତ୍ତି ଯୋଜନା ଆରମ୍ଭ,ବର୍ଷକୁ ମିଳିବ ୨୫ ଲକ୍ଷ।

 

୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ବିଧାନସଭାରେ ସାଉଁଟିବେ ତାଙ୍କର ପୁରୁଣା ସ୍ମୃତି।

 

୩-ଇଣ୍ଡୋନେସିଆ ପଳାଇଗଲା ବାତ୍ୟା ‘ସେନ୍ଯାର’ ରାଜ୍ଯରେ ବଢ଼ିବ ଶୀତ,୨ରୁ ୩ ଡିଗ୍ରୀ କମିପାରେ ତାପମାତ୍ରା।

 

୪-ଡିସେମ୍ବର ୧ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର, କୋଭିଡ ମହାମାରୀ ଠାରୁ ରହିଥିଲା ବନ୍ଦ।

 

୫-OAS ସ୍ତରରେ ଅଦଳବଦଳ, ୬ ଜଣ ବରିଷ୍ଠ OAS ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ଯ ସରକାର।

 

୬-ଭୁବନେଶ୍ୱର:ବିନା ପ୍ରେସକିପ୍ସନରେ ଗର୍ଭନିରୋଧକ ବଟିକା ବିକ୍ରି, ଚଢାଉ କରୁଛି ଡ୍ରଗସ କଣ୍ଟ୍ରୋଲ ଟିମ୍।

 

୭-ପୁଅ ବାହା ପାଇଁ ଆସି ଶବ ହୋଇଗଲେ ବାପା। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ମୃତ। ବଲାଙ୍ଗିର ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଅଘଟଣ।

 

୮-ଓଡ଼ିଶାରୁ ଅଧିକ ୮ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବ ଏଫସିଆଇ, କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ।

 

୯-ତାଳଚେର:୨୦୨୭ ସୁଦ୍ଧା ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ: ପରିଚାଳନା ନିର୍ଦ୍ଦେଶକ।

 

୧୦-ଜଗତସିଂହପୁର:ବାଲି ମାଫିଆଙ୍କ ନିଦ ହଜାଇ ଦେଲା ପ୍ରଶାସନ, କିଲିପାଳରେ ଚଢ଼ଉ ବେଳେ ୫୦ ହାଇୱା ଜବତ।

 

୧୧-ମାଲକାନଗିରି:୪୧ ମାଓବାଦୀଙ୍କ ଆତ୍ମସମର୍ପଣ, ପୁନର୍ବାସ ନୀତିରେ ପ୍ରତ୍ୟେକଙ୍କୁ ମିଳିବ ୫୦ ହଜାର ଟଙ୍କାର ସହାୟତା।

 

୧୨-ନୂଆ ଦିଲ୍ଲୀ:ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ଲଗାତାର ଚତୁର୍ଥ ଥର ପୁରସ୍କୃତ ହେବ ଓଡ଼ିଶା ପାଭିଲିୟନ୍।

 

୧୩-୨୫ ବର୍ଷ ପରେ ଫେରିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅହମ୍ମଦାବାଦରେ ହେବ ଆୟୋଜନ, ପାଳନ ହେବ ୧୦୦ ବର୍ଷ।

 

୧୪-ସାମ୍ନାକୁ ଆସିଛି ହ୍ୟୁମାନଙ୍କ ଶେଷ ସୋ’ ଭିଡିଓ। ଧଇଁ ସଇଁ ହେବା ପରେ ବି ଷ୍ଟେଜରେ ଗୀତ ଗାଇଥିଲେ। କେଉଁ ଚାପ ତାଙ୍କୁ ଏଭଳି କରିବାକୁ ବାଧ୍ୟ କରୁଥିଲା ତାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି।

 

୧୫-ଦକ୍ଷିଣ ଆଫ୍ରିକାଠୁ ହ୍ୱାଇଟ୍ ୱାସ ହେବା ପରେ ସାମ୍ନାକୁ ଆସିଲେ ଗମ୍ଭୀର, କହିଲେ- ପରାଜୟ ପାଇଁ ସମସ୍ତେ ଦାୟୀ।

 

୧୬-ବିହାରରେ ଫେରିଲା କି ପ୍ରତିଶୋଧ ରାଜନୀତି, ୨୦ ବର୍ଷର ସରକାରୀ ବଙ୍ଗଳା ଖାଲି ନୋଟିସକୁ ରାବ୍ରୀଙ୍କ ବିରୋଧ।

 

୧୭-ଗୁଆହାଟୀ:୨-୦ରେ ଟେଷ୍ଟ ଶୃଙ୍ଖଳା ପୋଛି ନେଲା ଦକ୍ଷିଣ ଆଫ୍ରିକା।

 

୧୮-ସିଙ୍ଗର ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲ୍ଲାସା। ଆସାମ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସୂଚନା। କୌଣସି ଦୁର୍ଘଟଣା କି ଅପରାଧିକ ଷଡ଼ଯନ୍ତ୍ର ନଥିଲା। ଯୋଜନାବଦ୍ଧ ହତ୍ୟା ଥିଲା।

 

୧୯-ହଂକଂ:ହୁତ୍ ହୁତ୍ ଜଳିଲା ୭ ନଭଶ୍ଚୁମ୍ବୀ ଅଟ୍ଟାଳିକା,୩୦୦ ମୃତ ଆଶଙ୍କା।

 

୨୦-ମୁମ୍ବାଇ:ମଦର ମେରୀ ବେଶରେ କାଳୀ ପ୍ରତିମା,ପୂଜକ ଗିରଫ।

 

୨୧-ପଡିଆବାହାଲରେ ଚାଲିଛି ଧନୁଯାତ୍ରା। କମ୍ପୁଛି କଂସ ଦରବାର। ମନ ମୋହୁଛି ମୀନାବଜାର

You may have missed