March 12, 2026

ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଦିନିକିଆ ଗଜପତି ଗସ୍ତ

IMG-20230506-WA0004
Share

ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଦିନିକିଆ ଗଜପତି ଗସ୍ତ

 

ପାରଳାଖେମୁଣ୍ଡି:(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଉପଭକ୍ତା କଲ୍ୟାଣ ମନ୍ତ୍ରୀ ତଥା ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଦିନିକିଆ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗସ୍ତରେ ଆସି ଫେରି ଯାଇଥିବାର ଜଣାପଡିଛି । ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ଭୁବନେଶ୍ବରରୁ ହେଲିକେପ୍ଟର ଯୋଗେ ଆସି ପାରଳାଖେମୁଣ୍ଡିରେ ଅବତରଣ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ଓ ଦଳୀୟ କର୍ମୀମାନେ ଭବ୍ୟ ସ୍ବାଗତ କରିବା ସହ ପାଛୋଟି ନେଇଥିଲେ । ସ୍ଥାନୀୟ ସର୍କିଟ ହାଉସ ଠାରେ ପ୍ରଥମେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ ପ୍ରମୁଖଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲାର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହାପରେ ସେହି ସର୍କିଟ ହାଉସ ଠାରେ ଗଜପତି ଜିଲ୍ଲା ବିଜେଡି ଦଳୀୟ ନେତୃବୃନ୍ଦଙ୍କ ସହ ଦଳୀୟ କାର୍ଯ୍ୟକ୍ରମ, ସଂଗଠନକୁ ମଜବୁତ କରିବା, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସମେତ ଜିଲ୍ଲାସ୍ତରୀୟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ଦିନତମାମ ବୈଠକ ଓ ଆଲୋଚନା ପରେ ଅପରାହ୍ନ ୪ଘଣ୍ଟା ସମୟରେ ହେଲିକେପ୍ଟର ଯୋଗେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।