ଡିଙ୍ଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ଓ ସମ୍ବିଧାନ ଦିବସ ପାଳିତ

ବେଗୁନିଆ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର)ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକରସାହୁଙ୍କ ତତ୍ୱାବିଧାନରେ ରାସ୍ତା ଉପରେ ବିଭିନ୍ନ ସ୍ଳୋଗାନମାଧ୍ୟମରେ ପ୍ଳାକ କାର୍ଡ ଧରି ସଡ଼କ ସୁରକ୍ଷା ପକ୍ଷ ପାଳିତ ହୋଇଯାଇଅଛି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦରକରିଥିଲେ ରାସ୍ତା ଉପରେ ହେଲମେଟ ନପିନ୍ଧି ଆସିରାସ୍ତାରେ ଯାଉଥିବା ବାଇକ ଆରୋହି ମାନଙ୍କୁସଚେତନତା କରିବା ସହିତ ଆଗାମି ଦିନରେ ହେଲମେଟ ପିନ୍ଧିବା ଓ ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ଗ୍ରାଫିକ ନିୟମ ମାନିବା,ଭୂଲ ରାସ୍ତାରେ ଯିବାଆସିବା ନ କରିବାସହ ଗୋଲାପ ଫୁଲ ଦେଇ ସଚେତନତା କରାଇଥିଲେ ପ୍ରକ, ବସ ଡ୍ରାଇଭରମାନଙ୍କୁସଚେତନତା କରିବା ସହିତ ସିଟ ବେଳଟପିନ୍ଧିବା,ମୋବାଇଲ ବ୍ୟବହାର କରି ଗାଡି ନଚଳେଇବା ଇତ୍ୟାଦି ସମ୍ପର୍କରେ ଅବଗତ କରିବା ସଙ୍ଗେ ସଙ୍ଗେ ଗୋଲାପ ଫୁଲ ପ୍ରଦାନ କରି ସଚେତନତାର ବାର୍ତ୍ତା ଦେଇଥିଲେ ଡିବେଟଓଡ୍ରଇଁ ସଫଳ ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲାପରେ ସମ୍ବିଧାନ ଦିବସ ପାଳନ କରାଯିବା ସହିଁତଭାଗରେ ସମ୍ବିଧାନର ପ୍ରସ୍ତାବନା ପଢ଼ାଯାଇ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା ଖେଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଆୟୋଜନ କରିବାରେ ପ୍ରମୁଖ ଜାଇତ୍ଵ ଗ୍ରହଣ କରିଥିଲେ ସଂସ୍କୃତଶିକ୍ଷକ ମନୋଜ କୁମାର ସାହୁକାର୍ଯ୍ୟ କର୍ମକୁ ପରିଚାଳନା କରିଥିଲେ ଶେଷରେ ଶିକ୍ଷୟତ୍ରୀ ହିରାମତି ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
