ଆଜିର ଖବର..
ଘନୀଭୂତ ହେଉଛି ଲଘୁଚାପ, ଆଜି ଅବପାତ ହୋଇପାରେ। ଆସନ୍ତା ୨୬ ତାରିଖରେ ବାତ୍ୟାର ଆଶଙ୍କା
ରାଜ୍ୟର ଆବାସିକ ହିତାଧିକାରୀଙ୍କୁ ମାଗଣାରେ ବାଲି ମିଳିବ ବୋଲି ଘୋଷଣା କଲେ ରାଜସ୍ବ ମନ୍ତ୍ରୀ।
ଏବେ ରାଜ୍ୟରେ ଅବୈଧ ବାଂଲାଦେଶୀଙ୍କୁ ଖୋଜିବା କସରତ ଆରମ୍ଭ କରିବେ ସରକାର। ଗଳିକନ୍ଦିରେ ଛାଇ ଗଲେଣି ଅନୁପ୍ରବେଶକାରୀ
ରାଜ୍ୟରେ ୨୪ ଘଣ୍ଟାରେ ୫ ହତ୍ୟାକାଣ୍ଡ ହେଲା। ବିହାର, ଉତ୍ତର ପ୍ରଦେଶକୁ ବଳିଗଲା ଓଡିଶା।
ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ମନ୍ତବ୍ୟ ଦେଲେ ନବୀନ
ଫୁଲବାଣୀ ଦାରିଙ୍ଗବାଡ଼ିରେ ଗୁଗୁଲ ମ୍ୟାପରେ ଭୁଲ ରାସ୍ତା ଦେଖି, ଟ୍ରକ ଡ୍ରାଇଭର ଓଲଟାଇ ଦେଲେ କୋବି ବୋଝେଇ ଟ୍ରକ।
ନୟାଗଡ଼, ବୃନ୍ଦାବନପୁର ଗ୍ରାମରେ ଶଳାକୁ ପିଟି ମାରିଦେଲେ ଭିଣୋଇ ପରିବାର। ଦୁଇ ମହିଳା ପୋଲିସ ଦ୍ୱାରା ଅଟକ।
ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ପିଲାଙ୍କ ପାଇଁ ନାହାନ୍ତି ଅଧ୍ୟାପକ। ଗେଷ୍ଟ ଫାକଲ୍ଟିରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠ
କେନ୍ଦ୍ରାପଡ଼ା ‘ଗରାପୁର ପ୍ୟାଲେସ୍’ ପଛପଟେ ନିଶାସକ୍ତ ଦୁର୍ବୃତ୍ତ ଗୁଳି କଲା ବିଏସ୍ଏନ୍ଏଲ୍ ଇଞ୍ଜିନିୟରଙ୍କୁ। ଲକ୍ଷ୍ୟଭ୍ରଷ୍ଟ ହେଲା ଗୁଳି
କେନ୍ଦ୍ରାପଡ଼ା ରାଜନଗର ରିଘାଗଡ଼ର ମା’ ଥାନପତି ପୀଠରେ ରନ୍ଧା ଭୋଗ ପରେ ଜଣଙ୍କୁ ବାଡେଇ ହତ୍ୟା। ତିନିଜଣ ଅଟକ।
ସମ୍ବଲପୁର ବାମରା ବାଳିକା ଉଚ୍ଚବିଦ୍ୟାଳୟର ବାଳିକା ହଷ୍ଟେଲରୁ ୫ଟାରେ ୩ ଜଣ ଛାତ୍ରୀ ନିଖୋଜ ହେଲେ ବୋଲି ଅଭିଯୋଗ
କେନ୍ଦୁଝର ଆନନ୍ଦପୁର ମାଣିକପୁର ନିକଟରେ କଲେଜ ବସ୍ ସହ ମୁହାଁମୁହିଁ ହେଲା ହାଇୱା, ୫ ଛାତ୍ରଛାତ୍ରୀ ଆହତ।
ସୁନ୍ଦରଗଡ ବଣାଇଁ ବ୍ରାହ୍ମଣୀ ନଦୀ ବନେଇକଳା ଘାଟରୁ ବାଲି ଚୋରା ଚାଲାଣ ବେଳେ ୯ ଟି ହାଇୱା ଗାଡ଼ି ଜବତ୍ ହେଲା
ସୁନ୍ଦରଗଡ ମଢପ ଗାଁରେ ହାତୀ ଆତଙ୍କ, ଘରଦ୍ୱାର ଭାଙ୍ଗିଲେ। ରାତିସାରା ଭୟରେ ଅନିଦ୍ରା ଗ୍ରାମବାସୀ
ରାୟଗଡ଼ା ଜିଲ୍ଲା ଗୁଣପୁର ବେବର୍ତା ଢେପ ସାହିରେ ଅଗ୍ନିକାଣ୍ଡରେ ୩ ପରିବାରର ୯ ବଖରା ଘର ପୋଡ଼ି ପାଉଁଶ। ଦୀପ ନିଆଁ ଉପରେ ସନ୍ଦେହ
ଯାଜପୁର ବରୀ-ବରୁଆଁ ରାସ୍ତାରେ ମର୍ଣ୍ଣିଂ ଓ୍ୱାକ୍ ବେଳେ ମାଡ଼ିଗଲା ହରଗୋୖରୀ ବସ୍। ୪ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର।
ରାଉରକେଲା ଲାଠିକଟାରେ ତିନି ଅପରାଧୀ ପୁଲିସ ଗୁଳିରେ ଆହତ ହୋଇ ହସପିଟାଲରେ ଭର୍ତ୍ତି। ଅନ୍ୟ ପାଞ୍ଚଜଣ ଗିରଫ।
ମୟୁରଭଞ୍ଜ ସାରସକଣା ବିଧାୟକଙ୍କ ଗାଡ଼ି ଦୁଇ ଜଣଙ୍କୁ ଧକ୍କା ଦେଲା। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି
କେନ୍ଦ୍ରାପଡା ଭିତରକନିକାରେ କ୍ରୁଜ୍ରେ ବୁଲିବାର ମଜା ନେବେ ପର୍ଯ୍ୟଟକ, ରାତିକୁ ଭଡା ୨୫ ହଜାର ଟଙ୍କା
ହରିୟାଣା ଗଲା ଓଡ଼ିଶା ଆଥଲେଟିକ୍ସ ଦଳ। ୧୯ ବର୍ଷରୁ କମ୍ ବାଳକରେ ୨୦ ଓ ବାଳିକାରେ ୧୨ ଖେଳାଳି
ଭାରତ ପ୍ରଥମଥର ପାଇଁ ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ଵକପ୍ କ୍ରିକେଟ ଜିତିଲା
ବୈଷ୍ଣଦେବୀ କଲେଜରେ ଏମବିବିଏସର ୫୦ ସିଟରୁ ୪୧ ଛାତ୍ର ମୁସଲିମ। ଚକ୍ରାନ୍ତ ସନ୍ଦେହ। ଦେଶର ଗୁଇନ୍ଦା ଓ ସୁରକ୍ଷା ବାହିନୀ ଉପରେ ପ୍ରଶ୍ନ।
କେନ୍ଦ୍ରୀୟ ଓବିସି ତାଲିକାରେ ଖଣ୍ଡାୟତଙ୍କୁ ଯୋଡିବାକୁ ଦାବୀ କଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆ ଶ୍ରମକୋଡ୍କୁ ୧୦ ଶ୍ରମିକ ସଂଗଠନର ବିରୋଧ। ବୁଧବାର ଦେଶବ୍ୟାପୀ ପ୍ରତିବାଦ ପାଇଁ ସଜବାଜ ହେଉଛନ୍ତି
ଡିସେମ୍ବର ୧ ତାରିଖରୁ ଆରମ୍ଭ ସଂସଦର ଶୀତକାଳୀନ ଅଧିବେଶନ। ସରକାର ୧୨ଟି ବିଲ୍ ତାଲିକାଭୁକ୍ତ କରିଛନ୍ତି।
*ଗତବର୍ଷ ଏଇ ସମୟରେ*
କଟକ ବାଲିଯାତ୍ରାରେ ଅବ୍ୟବସ୍ଥା ଯୋଗୁଁ ପାଞ୍ଚ ଜଣଙ୍କ ମୃତ୍ୟୁ, ଷଣ୍ଢ ଆକ୍ରମଣରେ ଦୁଇ ଯୁବତୀ ଆହତ
====================
ଆଜି ଇଭୋଲ୍ୟୁସନ ଦିବସ
ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧ ଦିବସ
ଆଜି ଜନ୍ମଦିନ: ଅରୁନ୍ଧତୀ ରାୟ, ଅମୋଲ ପାଲେକର, ସେଲିନା ଜେଟଲି, ବସନ୍ତ ମହାନ୍ତି (କ୍ରିକେଟ)
ଆଜି ତିରୋଧାନ: ଗୁରୁ ତେଗ ବାହାଦୂର
ଇତିହାସରେ ଆଜି: (୧୯୬୩) କେନେଡିଙ୍କ ହତ୍ୟାକାରୀକୁ ହତ୍ୟା/ (୨୦୦୮) ସାଧବୀ ପ୍ରଜ୍ଞା ଠାକୁରଙ୍କୁ ପୋଲିସର ଅଭଦ୍ର ବ୍ୟବହାର ଅଭିଯୋଗ/ (୧୯୮୮) ଦଳବଦଳ ନିରୋଧ ଆଇନରେ ପ୍ରଥମ ଭାରତୀୟ ସାଂସଦ ଅଯୋଗ୍ୟ ଘୋଷିତ/ (୧୮୫୯) ଚାର୍ଲସ ଡାରଉଇନ ପ୍ରକାଶ କଲେ ‘ଜୀବଜଗତ ସୃଷ୍ଟି ଥିଓରୀ’
=======================
*ବନ୍ଦେ ଉତ୍କଳ ଜନନୀ*
