June 26, 2026

୧୯୯୭ ମସିହା ବ୍ୟାଚର ବନ୍ଧୁ ମିଳନ..

IMG-20251123-WA0094
Share

 

 

ବୋଲଗଡ଼,୨୩/୧୧(ଉପାନ୍ତ ଖବର):ବୋଲଗଡ଼ ଶିକ୍ଷାବ୍ଳକ ସାଗରଗୁଆଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଣାଗାଡିଆ ସ୍ଥିତ ସରକାରୀ ଭାଗବତ ଦେବ ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୯୭ ମସିହା ବ୍ୟାଚର ପୂରାତନ ଛାତ୍ର ଛାତ୍ରୀ ମାନଙ୍କରର ଏକ ବନ୍ଧୁମିଳନ ଉତ୍ସବ ରବିବାର ଦିନ ଭାଗବତ ଦେବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଉତ୍ସବ ଶିବଦତ୍ତ ମହାପାତ୍ର ଏବଂ ଗୌତମ ବେହେରାଙ୍କ ଅଧକ୍ଷତାରେ ୫୦ଜଣ ପୂରାତନ ଛାତ୍ର ଛାତ୍ରୀ ମାନଙ୍କ ସମେତ ପରିବାର ବର୍ଗ ସଦସ୍ୟ ମାନେ ଯୋଗ ଦେଇଥିଲେ। ପୂରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅତୀତର ଶିକ୍ଷା ଅଧ୍ୟୟନ ସମୟର ଅଭୁଲା ସ୍ମୃତିକୁ ସାଉଁଟି ଧରି କ୍ରୀଡା କସରତ କରିବା ସଙ୍ଗେସଙ୍ଗେ ବିଭିନ୍ନ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ। ସେମାନଙ୍କର ଅମୂଲ୍ୟ ସମ୍ପଦ ପିଲାମାନେ ଏହି ସାସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।ଏହି ବନ୍ଧୁ ମିଳନ ଉତ୍ସବରେ ପୂରାତନ ଶିକ୍ଷକ ବାନାମ୍ବର ମହରଣା ଯୋଗ ଦେଇଥିଲେ। ପୂରାତନ ଛାତ୍ର ଛାତ୍ରୀ ମାନେ ନିଷ୍ଠା ଓ ଭକ୍ତିର ସହିତ ପୂରାତନ ଶିକ୍ଷକ ଶ୍ରୀ ମହାରଣାଙ୍କ ମଥାରେ ଫୁଲ, ଚନ୍ଦନ ଲଗାଇ ଗୁରୁପୂଜନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ମାନେ ଜଗତର ନାଥ ଜଗନ୍ନାଥ ଙ୍କ ଆଶ୍ରୀବାଦରୁ ସୁସ୍ଥ ଓ ନିରୋଗ ରହି ମା,ମାଟି, ମାତୃଭାଷାକୁ ଭଲପାଇ ଗାଁ ତଥା ଦେଶ ମାତୃକାର ସେବା କରିବାକୁ ଏବଂ ନିଜର ପିତାମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଭୁଲି ନଯିବା ପାଇଁ ଆଦର୍ଶ ଶିକ୍ଷକ ଶ୍ରୀ ମହାରଣା ପରାମର୍ଶ ଦେଇଥିଲେ। ପରିଶେଷରେ ମନୋରମା ଭାରିମଲ୍ଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।