ନର୍ଲା ଠାରେ ଯୁବ ଆଦର୍ଶ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ..

IMG-20251123-WA0066
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ନର୍ଲା ସହର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ସଭାଗୃହ ଠାରେ ଗତକାଲି ସଂଧ୍ୟାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ମାଧ୍ୟମରେ ଯୁବ ଆଦର୍ଶ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟr ଉପାଧକ୍ଷ ଶ୍ରୀଯୁକ୍ତ ଜିତେନ୍ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ସରପଞ୍ଚ ଶ୍ରୀମତୀ ତନୁଜା ହରିପାଲ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବରେ ଶ୍ରୀ ସୁନୀଲ ସରୋଜ, ଶ୍ରୀ ଦେବେନ୍ଦ୍ର ବାରିକ ତଥା ଶ୍ରୀ ପ୍ରଶାନ୍ତ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏଥିସହ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ନର୍ଲା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଉପସ୍ଥିତ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଉପାଧ୍ୟକ୍ଷ୍ୟ ଏବଂ ମଞ୍ଚାସିନ ଅତିଥିଗଣ, ଉପସ୍ଥିତ ଜନସାଧାରଣଙ୍କୁ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଗମନାଗମନ, କୃଷି ଓ ଉଦ୍ୟାନ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଏହାର ଉପକାରିତା ଗୁଡିକ ବିଷୟରେ ବିଷଦ ଭାବରେ ଜଣାଇଥିବାବେଳେ, ନବୋଦୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସରକାରଙ୍କ ଦ୍ୱାରା ପରିଚାଳିତ ଏହିସବୁ ଲୋକାଭିମୁଖି ଜନହିତକର କାର୍ଯ୍ୟ ଗୁଡିକୁ ବିଭିନ୍ନ ନାଟକ ଜରିଆରେ ମଞ୍ଚରେ ପରିବେଷଣ କରିଥିଲେ। ଏହାପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରି ସମ୍ମାନିତ କରିବା ସହ ଗ୍ରାମ ସଭା ସମାପନ ହୋଇଥିଲା।