ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ,
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲାପରିଷଦ ସଭ୍ୟ ସନାତନ ବେହେରା, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l କାମଧେନୁ ସେବା ସମବାୟ ସମିତି ସମ୍ପାଦକ ଟୁନା ମହାରଣା ଆସୁଥିବା ମୋଚା ବାତ୍ୟା ସମ୍ପର୍କରେ ସାମୟିକ ସୂଚନା ଦେଇଥିଲେ l ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା l ବାତ୍ୟା ପୂର୍ବରୁ ବାତ୍ୟା ସମୟରେ ଏବଂ ବାତ୍ୟା ପରେ ଏସମସ୍ତ କ୍ଷେତ୍ରରେ ବ୍ଲକ ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବା ବିଡ଼ିଓ ଜସ୍ମିନ ପ୍ରଧାନ କହିଛନ୍ତି l ଏଥିପାଇଁ 100ଟି ସାଇକ୍ଲୋନ ସେଣ୍ଟର ଚି଼ହ୍ନଟ କରାଯାଇଛି l ପାଣିପାଗ ବିଭାଗ ଠାରୁ ସୂଚନା ପାଇବା ପରେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ଜନପ୍ରତିନିଧିଙ୍କ ମତାମତ ଲୋଡ଼ିଥିଲେ ବିଡ଼ିଓ l ବିଶେଷ କରି ଗର୍ଭବତୀ ମହିଳା, ଶିଶୁ, ଭିନକ୍ଷମ, ରୋଗୀ ବୃଦ୍ଧାବୃଦ୍ଧଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଡ଼ିଓ ସୂଚନା ଦେଇଥିଲେ l ସମୁଦ୍ରକୁଳ ନିକଟବର୍ତୀ ଅଂଚଳ ଏବଂ ସ୍ଥାନୀୟ ମସ୍ୟଜୀବିଙ୍କ ଧନ ଜୀବନ ରକ୍ଷା ପାଇବ ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା l ବାତ୍ୟା ସମୟରେ ପିଇବା ପାଣି, ବିଦ୍ୟୁତ ଏବଂ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ଜେନେରେଟର ବ୍ୟବସ୍ଥା ପାଇଁ ସରପଞ୍ଚ ମାନଙ୍କୁ ଦାୟିତ୍ୱ ଦିଆଯାଇଛି l
