April 28, 2026

ବେପରୁଆ ଗାଡି ଚଳାଇ ଦୁର୍ଘଟଣା ଘଟାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ*

IMG-20251120-WA0025
Share

 

 

ରାଜ୍ୟରେ ଏବେ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫାଟାଲିଟି ସପ୍ତାହ ପାଳନ କରାଯାଉଥିବା ବେଳେ ସେ ମଧ୍ୟରେ ଏକ ବେପରୁଆ ଭାବେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ମାମଲାର ବିଚାରଣା ଖବର ଗଜପତି ଜିଲ୍ଲା ମୋହନାରୁ ଆସିଛି। ଖବର ମୁତାବକ ତା ୧୦-୦୧-୨୦୨୩ରିଖ ଦିନ ଯେତେବେଳେ ସବ-ଇନ୍ସପେକ୍ଟର ସଞ୍ଜୟ କୁମାର ପ୍ରଧାନ ନିଜର କର୍ମଚାରୀମାନଙ୍କ ସହ ମୋହନାରୁ ଲୁହାଗୋଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ, ସେତେବେଳେ ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଲେ ଯେ, ଲାଡ଼ିବନ୍ଧ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି ଓ ସେଥିରେ ଥିବା ଯାତ୍ରୀମାନେ କ୍ଷତାକ୍ତ ହୋଇଛନ୍ତି। ତୁରନ୍ତ ସେ ସେଠାକୁ ଯାଇ ସମସ୍ତ କ୍ଷତାକ୍ତ ଯାତ୍ରୀଙ୍କୁ ଚିକିତ୍ସାଳୟ ପଠାଇବା ସହ ଘଟଣାର ତଦନ୍ତ କରି ଜାଣିବାକୁ ପାଇଲେ ଯେ, ଅଟୋରେ ଧାର୍ଯ୍ୟ କ୍ଷମତାଠୁ ଅଧିକ ଲୋକ ବସିଥିଲେ ଓ ଅଟୋ ଚାଳକ ବିକାଶ କୁମାର ସିଂ ବେପରୁଆ ଭାବେ ଗାଡି ଚଲାଉଥିବାରୁ ଏଭଳି ଦୁର୍ଘଟଣା ଘଟିଲା। ତେଣୁ ସେ ନିଜ ଆଡୁ ମୋହନା ଥାନାରେ ମାମଲା ନମ୍ବର ୭ରେ ଏକ ମାମଲା ରୁଜୁ କରିଥିଲେ ଓ ତତ୍କାଳୀନ ଏ.ଏସ.ଆଇ ଦିବାକର ପ୍ରଧାନ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।

 

ଉପସ୍ଥିତ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ଜେଏମ୍ଏଫସି ଶୁଭଜିତ ବେହେରା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୨୭୯ (ବେପରୁଆ ଭାବେ ଗାଡି ଚଳାଇବା) ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଏସ. ବୈଦ୍ୟନାଥ ସିଂ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

You may have missed