April 28, 2026

ମଣ୍ଡି ଖୋଲିବା ପୂର୍ବରୁ ଅତାବିରା ମାର୍କେଟକୁ ଧାନ ପୂରାଇଲେ ଚାଷୀ

IMG-20251120-WA0057
Share

 

ଚଳିତ ବର୍ଷ ଖରିଫ ଧାନ କିଣା ବିକା ପ୍ରକ୍ରିୟା ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଅତାବିରା ଅଞ୍ଚଳରେ ସର୍ବପ୍ରଥମେ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ହୋଇଥାଏ । କିନ୍ତୁ ଏ ବର୍ଷ ଭଲ ଧାନ ଅମଳ ହେବା ସହ ଆଗକୁ ଆସୁଥିବା ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ବିଗତ ବର୍ଷମାନଙ୍କରେ ନଭେମ୍ବର ୨୦ ତାରିଖ ପୂର୍ବରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ହେଲେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ବିଳମ୍ବ ହେଉଥିବା ଦେଖି ଚାଷୀଙ୍କ ଅସନ୍ତୋଷ ବଢ଼ିଛି । ସେଥିପାଇଁ ଗୁରୁବାର ଅତାବିରା ମାର୍କେଟ ୟାର୍ଡରେ ଚାଷୀ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରିଛନ୍ତି । ଅମଳ ହୋଇଥିବା ଚାଷୀଙ୍କ ୩୩୩ ପ୍ୟାକେଟ ଧାନ ଆଣି ରଖିଛନ୍ତି । ଆସନ୍ତାକାଲିଠାରୁ ପ୍ରତିଦିନ ଧାନ ଆସିବ ବୋଲି କହିଛନ୍ତି ଚାଷୀ ନେତା ବୀରେନ୍ଦ୍ର କର। ପ୍ରଥମେ ମଣ୍ଡିକୁ ଧାନ ଆଣିଥିବା ଚାଷୀ ରେଡ୍ଡୀ ରାଜେଶ କୁମାରଙ୍କ ୧୭୨, ପଟାବି ଭାଙ୍କାଙ୍କ ୧୬୧ପ୍ୟାକେଟ ଧାନକୁ ପୂଜାର୍ଚ୍ଚନା କରିବା ସହ ଉଭୟ ଚାଷୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସ୍ଥାନୀୟ ସଭାପତି ବୀରେନ୍ଦ୍ର କରଙ୍କ ସମେତ ବୁଦ୍ଧଦେବ ନନ୍ଦ, ଦଶରଥ ଭୋଇ, ଅଶ୍ୱିନୀ ତ୍ରିପାଠୀ, ପାପ ରାଓ, ସୁରେଶ କର୍ଣ୍ଣ, ସମୀର ପ୍ରଧାନ, ଭୁବନ ପ୍ରଧାନ, କେ ରାମବାବୁ, ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ ।
ବରଗଡରୁ ସୁରେନ୍ଦ୍ର କଠାରକଂ ରିପୋର୍ଟ

You may have missed