April 28, 2026

ଗଜପତି ଜିଲ୍ଲାରେ ଅବକାରୀ, ପୋଲିସ୍ ଓ ରାଜସ୍ୱ ବିଭଗ ର ମିଳିତ ଚଦଉ ୩ କୋଟିରୁ ଉର୍ଦ୍ଧ ମୂଲ୍ୟର ୩୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା 

IMG-20251120-WA0026
Share

ପାରଳାଖେମୁଣ୍ଡି:୨୦/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାରେ ବେଆଇନ ଭାବେ ଚୋରାରେ ଚାଷ କରାଯାଇଥିବା 3 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛକୁ କଟାଯାଇ ନିଆଁ ଲଗାଇ ପୋଡି ଦିଆ ଯାଇଥିବା ଜଣାପଡିଛି. ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଜଙ୍ଗଲରେ ବିସ୍ତିର୍ଣ ଅଞ୍ଚଳରେ ଚୋରା ଗଞ୍ଜେଇ ଚାଷ କରାଯାଇଥିବା ଖବର ଅବକାରୀ ବିଭାଗ ଠାରେ ପହଞ୍ଚି ଥିଲା. ଏହାପରେ ଗଜପତି ଜିଲ୍ଲା ମୋହନା ବ୍ଲକର ଅବକାରୀ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କ ସହ ଅଡବା ଥାନାର ସମସ୍ତ କର୍ମଚାରୀ ଆର. ଉଦୟଗିରି ଅବକାରୀ ବିଭାଗର ସମସ୍ତ କର୍ମଚାରୀ, ଏପିଆର ଫୋର୍ସ, ରାଜସ୍ୱ ଓ ବନ ବିଭାଗର ମିଳିତ କର୍ମଚାରୀ ଆନୁକୂଲ୍ୟରେ ଦାରିଙ୍ଗିଗୁଡା ଜଙ୍ଗଲରେ ମିଳିତ ଚଢାଉ କରାଯାଇଥିଲା. ମୁଖ୍ୟ ରାସ୍ତାରୁ ୩ କିମି ଦୂରରେ ବିପଦପୁର୍ଣ ପାହାଡ଼ ଉପରେ ଚୋରାରେ ଚାଷ କରାଯାଇଥିବା ଅଞ୍ଚଳକୁ ସମସ୍ତ ପଦାଧିକାରୀ ପାଦ ଚଲାରେ ପାହାଡ଼ ଚଢି ପହଂଚିଥିଲେ. ପହଞ୍ଚିବା ପରେ ସେଠାରେ ୧୫ହେକ୍ଟର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୩୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡି ଦିଆ ଯାଇଛି. ପୋଡା ଯାଇଥିବା ସମସ୍ତ ଗଞ୍ଜେଇ ଗଛର ମୂଲ୍ୟ 3 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ପ୍ରଦାନ କରିଛନ୍ତି. ଏହି ଚୋରା ଗଞ୍ଜେଇ ଚାଷ କାରବାରରେ କେହି ଗିରଫ ହୋଇନଥିବା ଅବକାରୀ ବିଭାଗ ପ୍ରକାଶ କରି ଜଣାଇଛି. ଏନେଇ ମକଦ୍ଦ୍ୱମା ରୁଜୁ କରିବା ସହ ତଦନ୍ତ ଜାରି ରହିଛି.