June 28, 2026

ଉମରକୋଟ କେଜିବିବି ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା………

IMG-20251119-WA0022
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପ୍ରଧାନ ଶିକ୍ଷୟତ୍ରୀ ଚାକିରିରୁ ନିଲମ୍ବିତ, ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ପ୍ରଥମେ ହସ୍ପିଟାଲ ଓ ପରେ ମେଡିକାଲ ଛକ ଠାରେ ଧାରଣା, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ୩ ଜଣଙ୍କ ବିରୁଦ୍ଧ ରେ ଏତଲା ଦେଲେ ଛାତ୍ରୀଙ୍କ ବାପା ଉମରକୋଟ – ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଯ। ଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲରେ ରହି ୭ ମ ଶ୍ରେଣୀ ପାଠ ପଡୁଥିବା ଭବାନୀ ହରିଜନ ଙ୍କ ଗତ କାଲି ମୃତ୍ୟୁ ଘଟଣାରେ ଉମରକୋଟ ବ୍ଲକ ବିଇଓ ଇଶ୍ୱର୍ ମାଝି ପ୍ରଧାନ ଶିକ୍ଷୟତ୍ରୀ ମମତା ସ୍ବାଇଁ ଙ୍କୁ ଚାକିରି ରୁ ନିଲମ୍ବନ କରିଛନ୍ତି। ଆଜି ଉମରକୋଟ ଉପ ଖଣ୍ଡ ହସ୍ପିଟାଲ ସମ୍ମୁଖ ରେ ଭବାନୀ ଙ୍କ ପରିବାର ଓ ତାଙ୍କ ଗାଁ ଲୋକେ, ସ୍କୁଲ କମିଟି ର ସଦସ୍ୟ , ବିଜେଡ଼ି ଓ କଂଗ୍ରେସ ର ନେତା ଓ କର୍ମୀ ମାନେ ଧାରଣା ରେ ବସି ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ କରିଥିଲେ। କ୍ଷତି ପୂରଣ ଟଙ୍କା ନ ମିଳିବ। ପର୍ଯ୍ୟନ୍ତ ସବ ବ୍ୟବଛେଦ ପାଇଁ ଦେବୁ ନାହିଁ ବୋଲି ଅଡି ବସିଥିଲେ। ଖବର ପାଇଁ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଘଟଣା ସ୍ଥଳରେ ପହଞ୍ଚି ସରକାରୀ ନିୟମ ଅନୁସାରେ ୨ ଲକ୍ଷ ଟଙ୍କା ହିଁ ଦେଇ ହେବ ବୋଲି କହି ବହୁ ବୁଝା ସୁଝା କରିବା ପରେ କେହି କର୍ଣ୍ଣପାତ କରିନଥିଲେ। ଆଜି ହସ୍ପିଟାଲ ପରିସର ରେ ହିଁ ଭବାନୀ ର ପିତା କାର୍ତ୍ତିକ ହରିଜନ ଉମରକୋଟ ଥାନା ଆଇଆଇସି ରମା କାନ୍ତ ସାଏ ଙ୍କୁ ଏତଲା ପ୍ରଦାନ କରିଥିଲେ। ଏତଲା ରେ ୩ ଦିନ ହେଲା ଝିଅ ର ସ୍ବାସ୍ଥ୍ୟ ଖରାପ ଥିବା ସୁଦ୍ଧା ସ୍କୁଲ କର୍ତୁପକ୍ଷ ଖବର ଦେଇ ନ ଥିଲେ, ଆଜି ଯଦି ଖବର ଦେଇ ଥାନ୍ତେ ତେବେ ମୋ ଝିଅ ବଞ୍ଚି ଯାଇଥାନ୍ତା ବୋଲି ଉଲ୍ଲେଖ ରହିବା ସହ ମୋ ଝିଅ ହଷ୍ଟେଲ ରେ ହିଁ ମୃତ୍ୟୁ ବରଣ କରିବା ପରେ ଅଟୋ ଯୋଗେ ଉମରକୋଟ ହସ୍ପିଟାଲ କୁ ଆଣିଥିବା ଉଲ୍ଲେଖ କରିଛନ୍ତି। ଝିଅ ର ମୃତ୍ୟୁ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ମମତା ସ୍ବାଇଁ, ହଷ୍ଟେଲ ପିଅନ ଅମିତ। ଭତ୍ର।, ସ୍କୁଲ ଷ୍ଟାଫ୍ ତୁଳା ମାଝି ଙ୍କ ଅବହେଳା ଯୋଗୁ ଝିଅ ର ମୃତ୍ୟୁ ହେଇଛି ତେଣୁ ଏହି ମାନଂକ ବିରୁଦ୍ଧ ରେ ଦୃଦ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲା ରେ ଦର୍ଶ। ଯାଇଛି। ସକାଳ ୮ ଟା ରୁ ୩ ଟା ପର୍ଯ୍ୟନ୍ତ ମୃତ ଛାତ୍ରୀ ଙ୍କ ପରିବାର ଗାଁ ଲୋକେ, ସ୍କୁଲ କମିଟି, କିଛି ଅଭିଭାବକ , ବିଜେଡ଼ି ରୁ ଉମରକୋଟ ପୌର ପରିଷଦ ର ଅଧକ୍ଷା ରାଧା ଭତ୍ର।, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି, ପୂର୍ବତନ ଅଧକ୍ଷ। ଲାଇବନ୍ ଭକ୍ତ, ପୂର୍ବତନ ବିଧାୟକ ସୁବାଷ ଗଣ୍ଡ, ରାଇଘର ର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନବୀନ। ନାୟକ, ସହର ବିଜେଡି ସଭାପତି ଚନ୍ଦନ ବେହେର।, କାଉନସିଲର ଭିକି ନାୟକ,ସଲିମ ରାଠୋର, ବୀର ସିଂ ମାଝି, ଶୁକଦେବ ଗଣ୍ଡ ଆଂବେଦକର ମଞ୍ଚର ଜିଲ୍ଲା ସଭାପତି ଶରତ ଚନ୍ଦ୍ର ପାଣିଗ୍ରାହୀ, କଂଗ୍ରେସ ଦଳ ର ବିଧାୟକ ପାର୍ଥି ସନର।ଜ ଗଣ୍ଡ ଓ ହ।ର।ବତି ଗଣ୍ଡଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ବ୍ଲକ ଶିକ୍ଷା ଅଧିକାରୀ ଈଶ୍ୱର ମାଝି, ଜିଲ୍ଲା ଅତିରିକ୍ତ ପୋଲିସ ଏସ ପି ଆଦିତ୍ୟ ସେନ, ଉମରକୋଟ ତହସିଲଦାର ମେଗବାନ ବାଗ, ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ଉମରକୋଟ ଥାନା ଆଇଆଇସି ରମାକାନ୍ତ ସାଏ, ଥାନାର ସମସ୍ତ କର୍ମଚାରୀ, ରାଇଘର, ଝରିଗାଁ, ଡାବୁଗାଁ ଥାନା ଆଇଆଇସି ଓ ପୋଲିସ ଫାର୍ସ ଉପସ୍ଥିତ ରହିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ର ପତି ସାହୁ ଘଟଣା କୁ ନେଇ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତରେ ଯେପରି ଏପରି ଘଟଣା ର ପୁନାର୍ବୃତି ନ ଘଟେ ସେଥି ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଅପରାହ୍ନ ୩ ଟା ସୁଦ୍ଧା ପ୍ରଶାସନ ଘଟଣାର ସମାଧାନ କରିବାରେ ବିଫଳ ହେବ। ପରେ ସବୁ ଆନ୍ଦୋଳନ କାରୀ ମାନେ ଉମରକୋଟ – ନବରଙ୍ଗପୁର ମୁଖ୍ୟ ରାସ୍ତାର ମେଡିକାଲ ଛକ ରେ ରାସ୍ତା ଅବରୋଧ କରିଥିଲେ।ତେବେ ଯାନବାହାନ ଚଳାଚଳରେ କୌଣସି ସମସ୍ୟା ସୃଷ୍ଟି ହେଇ ନ ଥିଲା। ଘଟଣା ସ୍ଥଳରେ ବ୍ୟାପକ ଭାବେ ପୋଲିସ ଫାର୍ସ କୁ ମୁର୍ତୃୟନ କରାଯାଇଛି। ସନ୍ଧ୍ୟାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆସି ଆନ୍ଦୋଳନ ସ୍ଥଳରେ ପହଞ୍ଚି ମୃତ ଛାତ୍ରୀଙ୍କ ପରିବାର ସହ ଆଲୋଚନା କରିଥିଲେ। ଏହି ଖବର ଲେଖା ହେବା ବେଳକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ତହସିଲଦାର ଙ୍କ ସହ ଆଲୋଚନା ଚାଲିଛି।

You may have missed