ଉଦଘାଟିତ ହେଲା କ୍ୟାଫେଟେରିଆ

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଏକ କ୍ୟାଫେଟେରିଆ ଉଦଘାଟନ ହୋଇଯାଇଛି l କୃଷ୍ଣପ୍ରସାଦ ବ୍ଲକକୁ ସୁନାମୁହିଁ ଠାରୁ ଆରମ୍ଭ କରି ରାମଲେଙ୍କା ପର୍ଯ୍ୟନ୍ତ ପ୍ରତିଦିନ ହଜାର ହଜାର ଜନସାଧାରଣ ନିଜର କାର୍ଯ୍ୟ ପାଇଁ ବ୍ଲକ କୁ ଆସିଥାନ୍ତି l ସକାଳ ୧୦ ଟାରୁ ଆସି ବ୍ଲକ ରେ ନିଜନିଜର କାର୍ଯ୍ୟ ସମାପନ ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ l ତେଣୁ ସେଠାରେ ନିଜର ଭୋକ ମେଣ୍ଟାଇବା ପାଇଁ ସାଧାରଣ ଦୋକାନ ଖଣ୍ଡିଏ ନାହିଁ l ଏହାକୁ ନଜରରେ ରଖି ଏକ କ୍ୟାଫେ ଉଦଘାଟିତ କରାଗଲା l ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ପୁରୀ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର, ବିଧାୟିକା ଉପାସନା ମହାପାତ୍ର, କୃଷ୍ଣପ୍ରସାଦ ବ୍ଲକ ଅଧକ୍ଷା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବିଧାୟିକାଙ୍କ ପ୍ରତିନିଧି ଉତ୍ତମଙ୍କ ସହିତ ମାନ୍ୟଗଣ୍ୟ ବାକ୍ତିତ୍ୱ ମାନେ ଉପସ୍ଥିତ ଥିଲେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କ୍ୟାଫେ ଖୋଲା ଯାଇଥିବାରୁ କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣ ବହୁତ ଖୁସି ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
