ଜିଲ୍ଲା ସ୍ତରୀୟ ଶିଶୁଉତ୍ସବ ଓ ଜାତୀୟ ଶିକ୍ଷା ନୀତି ସଂପର୍କରେ ଆଲୋଚନା ଚକ୍ର

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜଗତସିଂହପୁର ତା ୧୪/୯ ଆଜି ସାରା ଭାରତ ଶିକ୍ଷା ବଂଚାଅ କମିଟି ଜଗତସିଂହପୁର ଜିଲ୍ଲା ଶାଖା ଉଦ୍ୟୋଗରେ ୪ର୍ଥ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ସ୍ଥାନୀୟ ଅଳକା ଆଶ୍ରମ ରେ କମିଟିର ଉପସଭାପତି ଡଃ ମହମ୍ମଦ ଓସାମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କମିଟି ସମ୍ପାଦକ ଶ୍ରୀଯୁକ୍ତ ଦୀପକ ମହାନ୍ତି ଙ୍କ ପରିଚାଳନାରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ରଥ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ବରିଷ୍ଠ ଆଡଭୋକେଟ ଶ୍ରୀଯୁକ୍ତ ରଞ୍ଜିତ କୁମାର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବଂଶୀଧର ବେହେରା , ସାରା ଭାରତ ଶିକ୍ଷା ବଂଚାଅ କମିଟି ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନାୟକ, ରଘୁନାଥ ପୁରର କଳାଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ନାଏକ, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଲ ,ସାମାଜିକ କର୍ମୀ ଶ୍ରୀଯୁକ୍ତ ସୁବାସ ସ୍ବାଇଁ, ଶ୍ରମିକ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ରାମ ବକ୍ତବ୍ୟ ରଖିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ବକ୍ତୃତା ଓ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୋହନ ଟୁଡୁ, ରଶ୍ମିରଞ୍ଜନ ନାୟକ, ପ୍ରଶାନ୍ତ କୁମାର ମହାନ୍ତି ସମସ୍ତେ ମିଶି ସହଯୋଗ କରିଥିଲେ । ଶେଷରେ ଶ୍ରୀଯୁକ୍ତ ମଳୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
