March 10, 2026

ବୃଦ୍ଧଙ୍କୁ ଆକ୍ରମଣ ମାମଲାରେ ଜଣେ କୋର୍ଟଚାଲାଣ

IMG-20251114-WA0053
Share

 

 

ବେଲଗୁଣ୍ଠା, ୧୪/୧୧, ଜଣେ ବୃଦ୍ଧଙ୍କୁ ଆକ୍ରମଣ ମାମଲାରେ ବେଲଗୁଣ୍ଠା ପୋଲିସ୍ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗୁରୁବାର ଦିନ ବେଲଗୁଣ୍ଠା ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ଭିକାରୀ ମହାନ୍ତି (୫୫) ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ ଯେ ବଲାଡ଼ି ଗ୍ରାମର ଭଗବାନ ସାମଲ ତାଙ୍କୁ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଛନ୍ତି I ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ତାଙ୍କର ରକ୍ତସ୍ରାବ ମଧ୍ୟ ହୋଇଛି I ଏନେଇ ବେଲଗୁଣ୍ଠା ପୋଲିସ୍ ୫୨୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଗୁରୁବାର ରାତିରେ ଅଭିଯୁକ୍ତ ଭଗବାନ ସାମଲକୁ ଗିରଫ କରିଥିଲେ I ଆଜି ଅଭିଯୁକ୍ତ ଭଗବାନକୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ