କଟକ ବାଲିଯାତ୍ରାରେ ଠେଲାପେଲା: ଶ୍ରୀୟା ଘୋଷାଲ ନାଇଟ୍ ଦେଖିବାକୁ ଜମିଲା ଲୋକଙ୍କ ଭିଡ, ଅଚେତ୍ ହେଲେ ଦୁଇ..
କଟକ ବାଲିଯାତ୍ରାର ଆଜି ଶେଷଦିନ । ପ୍ରବଳ ଭିଡ ଯୋଗୁଁ ଠେଲାପେଲା ଭଳି ସ୍ଥିତି
କଟକ ବାଲିଯାତ୍ରାରେ ପ୍ରବଳ ଭିଡ ଯୋଗୁଁ ଆଜି ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣ ଅଚେତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହା ଗତକାଲି ସରିବାର ଥିଲା । ହେଲେ ସରକାର ଏହାକୁ ଆଜି ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିଲେ ।
ଆଜି ବାଲିଯାତ୍ରାର ଶେଷ ଦିନ ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ଏହାଛଡା ପ୍ରସିଦ୍ଧ ବଲିଉଡ ସିଙ୍ଗର ଶ୍ରେୟା ଘୋଷାଲ ନାଇଟ ବି ଚାଲିଛି । ପ୍ରବଳ ଭିଡ ଯୋଗୁଁ ଠେଲାପେଲା ହୋଇଛି । ଗତକାଲି ବି ରାତିରେ ଦୋଳି ଅଟକିଯାଇଥିଲା । ଫଳରେ ମଝି ଆକାଶରେ ୮ ଜଣ ଯାତ୍ରୀ ଫସିରହିଥିଲେ । ଅଗ୍ନିଶମ ବିଭାଗକୁ ଉଦ୍ଧାର ପାଇଁ କସରତ କରିବାକୁ ପଡିଥିଲା ।
