April 29, 2026

ଜିଲାନାସୀ ପଞ୍ଚାୟତରେ ପିଡିଙ୍କ ଅନ୍ତଦ୍ବୟ ଆବାସ ପରିଦର୍ଶନ 

IMG-20251110-WA0002
Share

 

ରାହାମା-୮/୧୧-ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୁଜଙ୍ଗ ବ୍ଳକ ଜିଲାନାସୀ ପଞ୍ଚାୟତର ବରିହାଡିହ, ତେନ୍ତୁଳିଆ ଓ ଜୟଶଙ୍ଖପୁର ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଗ୍ରାମରେ ଅନ୍ତଦ୍ବୟ ଆବାସ ଯୋଜନାରେ ଗୃହ ପାଇଥିବା ହିତାଧିକାରୀମାନଙ୍କ ନିର୍ମାଣଧୀନ ଗୃହ ପିଡି ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ପରିଦର୍ଶନ ସମୟରେ ବିଡ଼ିଓ,ଜେଇ,ଜିଆରଏସ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନଳୀନିପ୍ରଭା ପରିଡ଼ା,ନାଏବ ସରପଞ୍ଚ ରଶ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବା‌ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଯେଉଁମାନେ ସଠିକ୍ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ ବୋଲି ବିଡିଓ ସୂଚନା ଦେଇଥିଲେ।