June 14, 2026

ଗୋଡଭଗାରେ ଡୁମାଲ ପରିଷଦର ବୈଠକ 

IMG-20251109-WA0043
Share

 

 

ରବିବାର ସକାଳ ୧୦ଟା ସମୟରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗାସ୍ଥିତ ସମଲେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଡୁମାଲ ପରିଷଦ, ଓଡିଶାର ରାଜ୍ୟ କାର୍ଯ୍ୟକାରିଣୀର ଚତୁର୍ଥ ପୂର୍ଣ୍ଣାଙ୍ଗ ବୈଠକ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଳୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇ ବୈଠକ ଆରମ୍ଭ କରାଯାଇଥିଲା l ଏହି ବୈଠକରେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ଡୁମାଲ ମହାସଭାରେ ଏକ ଡୁମାଲ ଜାତିର ନିୟମାବଳୀ ପୁସ୍ତିକା ମୁଦ୍ରଣ କରାଯାଇ ତାକୁ ଦୃଢ଼ୀକରଣ ସହ ପାଳନ କରିବା ପାଇଁ ଆଲୋଚନା ହୋଇଥିଲା l ଜାତିର ସାମାଜିକ ନୀତିନିୟମ, ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା ବିଧିପୂର୍ବକ କରିବା ପାଇଁ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ନିୟମଗୁଡିକ ଦୃଢ଼ୀକରଣ କରାଯାଇଥିଲା l ସାଙ୍ଗଠନିକ ବ୍ୟବସ୍ତାକୁ ତୃଣମୂଳସ୍ତରରୁ ସୁଦୃଢ କରିବା ପାଇଁ ଏକ ଢାଞ୍ଚା ପାରିତ ହୋଇଥିଲା ଯେଉଁଥିରେ ଗ୍ରାମସ୍ତରରେ ଗ୍ରାମ୍ୟ କମିଟି, କେତେକ ଗ୍ରାମକୁ ନେଇ କେନ୍ଦ୍ର ସ୍ତରରେ କେନ୍ଦ୍ର କମିଟି, ଜିଲ୍ଲା ସ୍ତରରେ ଜିଲ୍ଲା କମିଟି ଓ ସମସ୍ତ ଜିଲ୍ଲାକୁ ସର୍ବୋଚ୍ଚ ସ୍ତରରେ ରାଜ୍ୟ କମିଟି ଗଠନ ଦିଗରେ ଆନୁସାଙ୍ଗିକ ନିୟମ ପାଳନ କରିବା ପାଇଁ ଆଲୋଚନା ହୋଇ ନିଷ୍ପତି ଗ୍ରହଣ କରାଯାଇଥିଲା l ଯାହାକି ଆଗାମୀ ରାଜ୍ୟ ସ୍ତରୀୟ ମହାସଭାରେ ଏହି ନିୟମାବଳୀ ପୁସ୍ତକ ଉନ୍ମୋଚିତ ହୋଇ ପ୍ରତ୍ୟେକ ପରିବାରକୁ ପ୍ରଦାନ କରିବା ପାଇଁ ସକଳ୍ପ ନିଆଯାଇଥିଲା l ଡୁମାଲ ଜାତିର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ବ୍ୟବସ୍ତା ସହ ମାଁ ମାହେଶ୍ୱରୀଙ୍କର ସଂସ୍କୃତି, ପରମ୍ପରା ଓ ଇତିହାସକୁ ଆହୁରି ଉନ୍ନତ କରିବା ଏହି ସଂଗଠନର ମୂଳ ଲକ୍ଷ୍ୟ ହୋଇ ରହିବ l ଆଗାମୀ ଯୁବ ପିଢ଼ି ଜାତି ଭିତ୍ତିକ ସଚେତନତା ତଥା ଦୈନନ୍ଦିନ ଜୀବନରେ ଉନ୍ନତି କଳ୍ପେ ସାମାଜିକ, ଆଧ୍ୟାତ୍ମିକ ସଚେତନତା କରିବା ପାଇଁ ନିଷ୍ପତି ନିଆଗଲା l ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଳୀ, ଉପସଭାପତି ଶ୍ରୀଯୁକ୍ତ ସୁଦାମ ଚରଣ ଖମାରି ଓ ଶ୍ରୀଯୁକ୍ତ ଲୋକନାଥ ମାହାର, ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ହେମବତୀ କରନ, ରାଜ୍ୟ ଯୁବ ଡୁମାଲ ପରିଷଦର ସଭାପତି ଶ୍ରୀଯୁକ୍ତ ଦୟାନିଧି ଖମାରୀ, ଯୁବ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ରଞ୍ଜନ କର୍ମୀ,ରାଜ୍ୟ କୋଷାଧକ୍ଷ ଶ୍ରୀଯୁକ୍ତ ବିପିନ ବିହାରୀ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଭୂଷଣ ପାତ୍ର, ମାଁ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଫକୀର କର୍ଣ୍ଣ, ରାଜ୍ୟ ପରିଷଦର ସଭ୍ୟ ସଭ୍ୟା, ସମସ୍ତ ଡୁମାଲ ଅଧୁଷିତ ଜିଲ୍ଲାର ସଭାପତି, ସମ୍ପାଦକ, ବରଗଡ଼ ଜିଲ୍ଲା ସମସ୍ତ କେନ୍ଦ୍ରର ସଭାପତି, ସମ୍ପାଦକ,ମାଁ ମାହେଶ୍ୱରୀ ସେନାର କୁବେର ମହାକୁର, ପ୍ରତୁଲ କୁମାର କର୍ଣ୍ଣ, ଅଜିତ କରନ,ପ୍ରମୋଦ କର୍ଣ୍ଣ, ବେଦାପ୍ରକାଶ ଛନ୍ଦ, ଯୋଗେଶ୍ୱର ଛନ୍ଦ, ରିକନ ମେଣ୍ଡଳୀ, ଉମେଶ ଖମାରୀ, ଯୋଗେଶ୍ୱର ମେଣ୍ଡଳୀ, ରଜତ ପ୍ରଧାନ, ଚନ୍ଦନ ଥାଟି ଓ ଯୁବ ବର୍ଗ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖି ଥିଲେ l ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ବିଭୁ ପ୍ରସାଦ କ୍ଷେତିଙ୍କୁ କାର୍ଯ୍ୟକାରୀ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା l ରାଜ୍ୟ ଯୁବ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ରଞ୍ଜନ କର୍ମୀ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ lବରଗଡ,ସୁରେନ୍ଦ୍ର କଠାର

You may have missed