ଆଜିର ଖବର..
୧-୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠୁ ଅନ୍ଲାଇନ୍ରେ ଫର୍ମ ପୂରଣ ଆରମ୍ଭ।ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର୍ଯ୍ୟ କରାଯାଇଛି ।
୨-ଭୁବନେଶ୍ବର:୮୪ତମ ଭାରତୀୟ ସଡକ ସମ୍ମେଳନ ଉଦଘାଟିତ,ଓଡିଶାକୁ ହଜାରେ କୋଟି।
୩-ରାଞ୍ଚି:ଓଡ଼ିଆ ଝିଅ ଆଇପିଏସ୍ ତଦାଶା ମିଶ୍ର ହେଲେ ଝାଡ଼ଖଣ୍ଡର ପ୍ରଥମ ମହିଳା ଡିଜିପି।
୪-କନ୍ଧମାଳ ଜିଲ୍ଲାରେ ଶୀତ ସହ ଘନ କୁହୁଡ଼ି ଅନୁଭୂତ, ନିଆଁ ସେକିବା ସହ ଗରମ ଚା’ ର ମଜା ନେଉଛନ୍ତି ଲୋକେ।
୫-ରାଜଧାନୀରେ ଛାଡଖାଇ:୪.୦୧ କୋଟିର ଆମିଷ କାରବାର,ମାଂସକୁ ଟପିଗଲା ମାଛ ବେପାର।
୬-ଡ. ଅଚ୍ୟୁତ ସାମନ୍ତଙ୍କୁ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟ ତରଫରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍, ଉପରାଷ୍ଟ୍ରପତି ପ୍ରଦାନ କଲେ ସମ୍ମାନ।
୭-ଆସୁଛି ଡବଲ୍ ଲଘୁଚାପ, ୧୪ ଓ ୧୯ ତାରିଖରେ ହେବା ସମ୍ଭାବନା,ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୮-ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍ସନ ଟେଷ୍ଟ, ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ।
୯-ନୂଆପଡ଼ାରେ ଜମିଲା ନବୀନଙ୍କ ପ୍ରଚାର, ଅରୁଣ କହିଲେ- ଏକ ପାଖିଆ ନିର୍ବାଚନ ଜିତିବ ବିଜେଡି।
୧୦-୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଭୋଟରଙ୍କୁ ନୂଆପଡ଼ା ଛାଡ଼ିବାକୁ ନିର୍ଦେଶ।
୧୧-ଦକ୍ଷିଣ ଭାରତୀୟ ଫିଲ୍ମର ଫେଭରେଟ୍ ସ୍ପଟ୍ ‘କୋରାପୁଟ’, ତେଲୁଗୁ ଫିଲ୍ମ ‘କମରେଡ୍ କଲ୍ୟାଣ’ର ସୁଟିଂ ଆରମ୍ଭ।
୧୨-ଆଜି ଗାବାରେ ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦, ବଦଳିପାରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ।
୧୩-ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା , ରେଡ୍ ବେଳେ ନଗଦ ଅଢ଼େଇ କୋଟି ଜବତ ସୂଚନା।
୧୪-ନୂଆପଡ଼ାରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ, କହିଲେ- ପ୍ରାର୍ଥୀ ଚୋରି କରିବେ, ଭୋଟରଙ୍କ ହୃଦୟ ଜିତିପାରିବେନି।
୧୫-ଆସନ୍ତା ଡିସେମ୍ବରରୁ ରାଜଧାନୀକୁ ପୁଣି ଫେରିବ ପଥ ଉତ୍ସବ।୧୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍ରେ ଆରମ୍ଭ ହେବ ଷ୍ଟ୍ରିଟ୍ କାର୍ନିଭାଲ।
୧୬-ନୂଆପଡାରେ ମତଦାନର ୪୮ଘଣ୍ଟା ପୂର୍ବରୁ ପବ୍ଲିକ୍ ମିଟିଂ ସହ ବନ୍ଦ ହେବ ମିଡିଆ ପ୍ରଚାର ପ୍ରସାର, ସବୁ ଗାଡ଼ି ଚେକିଂ କରିବାକୁ ନିର୍ଦ୍ଦେଶ
୧୭-ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ପରିସରରୁ ହଟାଇବାକୁ ନିର୍ଦ୍ଦେଶ।
୧୮-ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ,ଯାତ୍ରୀ ହନ୍ତସନ୍ତ ।
୧୯-ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୂର୍ବତନ ବହଳଦା ତହସିଲଦାର ଭୀମସେନ ମଙ୍ଗରାଜ, ଦୋଷୀ ସାବ୍ୟସ୍ତ, ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ।
୨୦-ଗତ ୨୧ ଦିନରେ ୧୦ ହଜାର ଟଙ୍କାରୁ ଅଧିକ କମିଲାଣି ସୁନା: ରୁପା ପାଖାପାଖି ୩୦ ହଜାର କମିଛି।
୨୧-ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’କୁ ୧୫୦ବର୍ଷ ପୂର୍ତ୍ତି: ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ।
୨୨-ଆଇସିସିର ବଡ଼ ନିଷ୍ପତ୍ତି, ୨୦୨୯ ମହିଳା ବିଶ୍ୱକପରେ ଭାଗ ନେବେ ୧୦ ଟିମ୍।
୨୩-ମହାରାଷ୍ଟ୍ର ରାଜନୀତିରେ ଝଡ଼, ୧୮ ଶହ କୋଟିର ଜମି ଦୁର୍ନୀତି ନେଇ ଅଡ଼ୁଆରେ ପାର୍ଥ ପାୱାର।
