ଉମରକୋଟ ଠାରେ ସାଇବର ସୁରକ୍ଷା ଅଭିଯାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁରୁକୃପା ଏଜୁକ୍ୟାସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ କେବଳ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିଛି ତାହା ନୁହେଁ,ବିଭିନ୍ନ ସମୟ ରେ ଜନ ଜାଗରଣ ପାଇଁ ସରକାରୀ, ବେସରକାରୀ କାର୍ଯ୍ୟକ୍ରମ ମାନ କରି ସମାଜକୁ ସଚେତନତା ର ବାର୍ତ୍ତା ଦେଇ ଆସୁଛି ଏହି ପରିପେକ୍ଷୀରେ ଉମରକୋଟ ପୁଲିସ ପ୍ରଶାସନର ପକ୍ଷରୁ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ଉମରକୋଟ ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ ଶବର ଙ୍କ ନେତୃତ୍ୱ ରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ ଶବର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉମରକୋଟ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇ,ଉପନିରୀକ୍ଷକ ଶ୍ରୀ ଅକ୍ଷୟ ମିଶ୍ର,ସହାୟକ ଉପ-ନିରୀକ୍ଷକ ଶ୍ରୀ ରାମାନନ୍ଦ ପ୍ରଧାନ,ଶ୍ରୀ ବିଶ୍ୱରଞ୍ଜନ ପାଢ଼ୀ, ପ୍ରଭାସ ମାଲାକାର ତଥା ଗୁରୁକୃପା ଶିକ୍ଷାନୁଷ୍ଠାନ ର ସଭାପତି ଶ୍ରୀ ମନୋଜ କୁମାର ପାଢ଼ୀ,ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ଦାସ,ଗୁରୁକୃପା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୟା ତ୍ରିପାଠୀ,ଗୁରୁକୃପା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ଟହଲ,ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରମତୀ ଶାନ୍ତିଲତା ମହାନ୍ତି, ଶିକ୍ଷାଗତ ମୁଖ୍ୟ ଡା. ପଙ୍କଜ ଲୋଚନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ lପୁଲିସ ପକ୍ଷରୁ କରାଯାଉଥିବା ସାଇବର ସଚେତନତା ବିଷୟକୁ ଅବଲମ୍ବନ କରି ନିଜେ ସତର୍କ ରହିବା ଓ ସଚେତନ ହୋଇ ଅନ୍ୟଙ୍କୁ ମଧ୍ୟ ସାଇବର ସୁରକ୍ଷା ପାଇଁ ନିଜର ଠିକଣା, ପରିଚୟ ପ୍ରମାଣ ବିବରଣୀ, ଆକାଉଂଟ ନମ୍ବର, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ, ୟୁପିଆଇ ବିବରଣୀ କୈାଣସି ଅଞାତ ବ୍ୟକ୍ତିଙ୍କୁ ଶେୟାର ନ କରିବା ପରାମର୍ଶ ଦିଆଯାଇଥିଲା। ସେହିପରି ଅନଲାଇନ ଟ୍ରେଡିଂ ବେଳେ ସତର୍କ ଏବଂ ସାବଧାନତା ଅବଲମ୍ବନ କରିବା ଉପରେ ସଚେତନ କରିବା ଦ୍ୱାରା ସାଇବର ସୁରକ୍ଷା ଅଭିଯାନ ନିଶ୍ଚିତ ଭାବେ ସଫଳ ହେବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସାଇବର ସୁରକ୍ଷା ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିବା ସହ ଏକ ସଚେତନ ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମଟିକୁ ଗୁରୁକୃପା ଏଜୁକ୍ୟାସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ଜନ ସମ୍ପର୍କ ଅଧିକାରୀ ଇଂ. ଚନ୍ଦନା ମଲ୍ଲିକ ସଂଯୋଜନା କରିଥିବା ବେଳେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
